ପୁରୀରେ ହିଂସାକାଣ୍ଡ ଘଟଣାରେ ୧୯ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 05, 2018 IST

ପୁରୀ ୫/୧୦ : ପୁରୀରେ ହିଂସାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ | ୧୯ ଜଣଙ୍କୁ ଉଠାଇ ନେଇଛି ଟାଉନଥାନା ପୋଲିସ । ବ୍ୟାପକ କଡ଼ା ସୁରକ୍ଷା ମଧ୍ୟରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ସମସ୍ତଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି । ଟାଉନଥାନା ନିକଟରେ ଥିବା ସରକାରୀ ଗାଡି ଓ ଅନ୍ୟ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିବା ଘଟଣାରେ ପୋଲିସ ଏହି ୧୯ଜଣଙ୍କୁ ଗିରଫ କରିଛି | ଭଙ୍ଗାରୁଜା ବେଳେ ଆହତ ହୋଇ ଏମାନେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଇଉଥିଲେ | ଧାଡି ଦର୍ଶନକୁ ବିରୋଧ କରି ପୁରୀରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା | ସିଂହଦ୍ୱାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା | ସିସିଟିଭି ଫୁଟେଜ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି | ତେବେ ଏମାନେ ଏହି ଘଟଣାରେ ସମ୍ପୃକ୍ତ ନଥିବା ସେମ୍ନେ ଓ ତାଙ୍କ ସମ୍ପର୍କୀୟ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.