Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସକାଳ ୧୧ଟା ସୁଦ୍ଧା ଓଡିଶାରେ ୧୯.୬୭ ପ୍ରତିଶତ ମତଦାନ : କେନ୍ଦ୍ରାପଡାରେ ସର୍ବାଧିକ ୨୫ ପ୍ରତିଶତ ଭୋଟିଂ

29/04/2019 at 11:24 AM

ଭୁବନେଶ୍ୱର ୨୯/୪ : ରାଜ୍ୟର ୬ ଲୋକସଭା ଏବଂ ୪୧ ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି | ରାଜ୍ୟର ୬ଟି ଜିଲ୍ଲାରେ ମତଦାନ ଜାରି ରହିଛି | ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଜଗତସିଂହପୁର ଏବଂ ମୟୁରଭଞ୍ଜରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି | ସକାଳ ୧୧ଟା ସୁଦ୍ଧା ଓଡିଶାରେ ୧୯.୬୭ ପ୍ରତିଶତ ମତଦାନ ହୋଇଛି | ଭାରତରେ ସକାଳ ୧୧ଟା ସୁଦ୍ଧା ୨୩.୪୮ ପ୍ରତିଶତ ମତଦାନ ହୋଇଛି |

ବାଲେଶ୍ୱର ଜିଲ୍ଲାରେ ସକାଳ ୧୧ଟା ସୁଦ୍ଧା ୧୯.୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରେ ୨୧ ପ୍ରତିଶତ ମତଦାନ ହୋଇଛି | ଯାଜପୁରରେ ସର୍ବନିମ୍ନ ୧୨.୭୪ ପ୍ରତିଶତ ମତଦାନ ହୋଇଥିବାବେଳେ କେନ୍ଦ୍ରାପଡାରେ ସ୍ଵାଧିକା ୨୪.୯୨ ପ୍ରତିଶତ ମତଦାନ ହୋଇଛି | ଜଗତସିଂହପୁରରେ ସକାଳ ୧୧ଟା ସୁଦ୍ଧା ୧୬.୯୦ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବାବେଳେ ମୟୁରଭଞ୍ଜରେ ୧୮.୧୪ ପ୍ରତିଶତ ଭୋଟ ଗ୍ରହଣ ହୋଇଛି |

ଭୋଟିଂ ନେଇ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି | ବାଲେଶ୍ୱରର କେତେକ ବୁଥରେ ଇଭିଏମ ଅଚଳ ହୋଇପଡ଼ିଥିଲା | ଯାହାଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା | ଭୋଟର ଲାଇନରେ ଛିଡା ହୋଇ ଭୋଟ ଦେଉଛନ୍ତି | ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି |

   Related Posts