ଆରମ୍ଭ ହୋଇଛି ଅଷ୍ଟାଦଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳା, ଭିଡ ଜମାଉଛନ୍ତି ପୁସ୍ତକପ୍ରେମୀ

Published By : Prameya-News7 Bureau | February 04, 2019 IST

କେନ୍ଦ୍ରାପଡା ୪|୧: ବହିଟିଏ, ବନ୍ଧୁ ଟିଏ । ଏହି ବାର୍ତ୍ତା ନେଇ ଆରମ୍ଭ ହୋଇଛି ଅଷ୍ଟାଦଶ କେନ୍ଦ୍ରାପଡା ପୁସ୍ତକ ମେଳା । ଶୀତୁଆ ସଂଧ୍ୟାରେ ମେଳା ପରିସରରେ ଜମୁଛି ପୁସ୍ତକପ୍ରେମୀଙ୍କ ଭିଡ । ମନ ପସନ୍ଦର ବହି କିଣିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ ।

{"id":81723}

କେନ୍ଦ୍ରାପଡ଼ାରେ ଚାଲିଛି ଅଷ୍ଟାଦଶ ପୁସ୍ତକ ମେଳା । ପାଠକ ଖୋଜୁଥିବା ବହିଟି ବଜାରରେ ମିଳୁନଥିବାରୁ ପୁସ୍ତକ ମେଳାରେ ଭିଡ ଦେଖିବାକୁ ମିଳୁଛି । ଏ ଷ୍ଟଲରୁ ସେ ଷ୍ଟଲ ବୁଲି ବୁଲି ନିଜ ପ୍ରିୟ ଲେଖକଙ୍କ ବହି ଖୋଜୁଛନ୍ତି ପାଠକ । ଗଳ୍ପ, ଉପନ୍ୟାସ, କବିତା, ଆତ୍ମଜୀବନୀ, ଜୀବନୀ, ଭ୍ରମଣକାହାଣୀ, ଶିଶୁ ସାହିତ୍ୟ, ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ ଓ ରୋଷେଇ ସଂପର୍କିତ ପୁସ୍ତକ ସବୁ କିଛି ମିଳୁଛି ହାତ ପାଆନ୍ତାରେ ।

{"id":81726}

ସଂଧ୍ୟା ହେଲେ ଭିଡ ଜମାଉଛନ୍ତି କବି ଓ ଲେଖକମାନେ । ପୁସ୍ତକ ମେଳା ମଂଚରେ ଆୟୋଜିତ କବିତା, ଗଳ୍ପ ଆସର ଏବଂ ସାରସ୍ବତ ଆଲୋଚନାରେ ଅଂଶଗ୍ରହଣ କରି ପରିବେଶକୁ ସାହିତ୍ୟମୟ କରି ଦେଉଛନ୍ତି ଏମାନେ । 

{"id":81724}

‘କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ’ ପକ୍ଷରୁ ଗତ ୨୦୦୦ ମସିହାରୁ ନିୟମିତ ଭାବେ ସ୍ଥାନୀୟ ଟେଲିକମ୍ ପଡିଆରେ ଆୟୋଜିତ ହେଉଛି ଏହି ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଚଳିତ ବର୍ଷ ପ୍ରାୟ ୫୫ ରୁ ଅଧିକ ପୁସ୍ତକ ବିକ୍ରେତା ଓ ପ୍ରକାଶକ ଅଂଶଗ୍ରହଣ କରିଛନ୍ତି ଏଥିରେ । ପ୍ରତି ସଂଧ୍ୟାରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । 

{"id":81725}

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହାୟତାରେ ଅନୁଷ୍ଠିତ ପୁସ୍ତକମେଳାରେ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ପୁସ୍ତକ ବିକ୍ରେତାମାନେ ମଧ୍ୟ ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.