ମିଳିତ ଜାତିସଂଘର ୧୮୯ କର୍ମଚାରୀ କରୋନା ସଂକ୍ରମିତ : ୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ୧୪/୦୪ : ବର୍ତ୍ତମାନ ଭୟାବହ ମହାମାରୀ କରୋନା ଯୋଗୁଁ ପୂରା ଦୁନିଆ ସଙ୍କଟ ଦେଇ ଗତି କରୁଛି | କରୋନା ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କୁ କବଳିତ କରିଛି | ଦୁନିଆରେ ମିଳିତ ଜାତିସଂଘ ସହ ଜଡିତ ୧୮୦ରୁ ଅଧିକ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି | କରୋନା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି | ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟାରାଇସ୍ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି।

ଆମେରିକାର ଜନ୍ ହୋପକିନ୍ସ ୟୁନିଭର୍ସିଟିର ଏକ ଆକଳନ ଅନୁଯାୟୀ ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୯.୨ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେଲେଣି | ୧୧୯୬୮୭ ଜଣଙ୍କର ମୃତ୍ୟୁ ହୋଇଛି | ଆମେରିକାରେ କରୋନା ସଂକ୍ରମିତ ସଂଖ୍ୟା ସର୍ବାଧିକ ରହିଛି | ଆମେରିକାରେ ଏବେ ସୁଦ୍ଧା ୫ ଲକ୍ଷ ୮୨ ହଜାର ୬୦୭ ଜଣ ଆକ୍ରାନ୍ତ ହୋଇଛନ୍ତି | ସେଠାରେ କୋଭିଡ -୧୯ ଯୋଗୁଁ ପ୍ରାୟ ୨୩ ହଜାର ଲୋକଙ୍କର ମୃତ୍ୟୁ ହୋଇଛି।

ସୋମବାର ଦିନ ଏକ ସାଧାରଣ ସାମ୍ବାଦିକ ସମ୍ମିଳନୀରେ ସେକ୍ରେଟେରୀ ଜେନେରାଲ୍ ଡେପୁଟି ସେକ୍ରେଟେରୀ ଫରହାନ୍ ହକ୍ କହିଛନ୍ତି ଯେ, ରବିବାର ସନ୍ଧ୍ୟା ସୁଦ୍ଧା ସାରା ବିଶ୍ୱରେ ଜାତିସଂଘର ୧୮୯ ଜଣ କର୍ମଚାରୀଙ୍କ ସଂକ୍ରମଣ ସ୍ପଷ୍ଟ ହୋଇଛି ଏବଂ ବିଶ୍ୱ ମହାମାରୀ ଆରମ୍ଭ ହେବା ପରେ ଜାତିସଂଘରେ ତିନି ଜଣଙ୍କର ମୃତ୍ୟୁ ଅନ୍ତର୍ଭୁକ୍ତ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.