Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

୨୪ ଘଣ୍ଟାରେ ଭୁବନେଶ୍ଵରରୁ ଚିହ୍ନଟ ହେଲେ ୧୮୯ ଆକ୍ରାନ୍ତ, ସୁସ୍ଥ ହୋଇ ଘରକୁ ଫେରିଲେ ୨୬୭

23/10/2020 at 4:53 PM

ଭୁବନେଶ୍ଵର ୨୩।୧୦: ରାଜ୍ୟ ସହିତ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ  ହ୍ରାସ ପାଇ ଚାଲିଛି କରୋନା ସଂକ୍ରମଣ। ବିଶେଷ କରି ଅକ୍ଟୋବର ପହିଲାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ ହୋଇଛି। ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ଅଧିକ ହେଉଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୮୯ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୨୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ କରି ଶୁକ୍ରବାର ଏହାର ସୂଚନା ଦେଇଛି।

ବିଏମସି ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭୁବନେଶ୍ଵରୁ ୨୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୪୭  ହୋଇଥିବା ବେଳେ ୧୪୨ ହେଉଛି ସ୍ଥାନୀୟ ସଂକ୍ରମଣ। ଆଜିର ଆକ୍ରାନ୍ତ ସଂଖ୍ୟା ମିଶାଇଲେ ରାଜଧାନୀରେ ମୋଟ୍ କୋଭିଡ୍-୧୯ ପଜିଟିଭ୍‌ ସଂଖ୍ୟା ୨୮,୨୯୯ରେ ପହଞ୍ଚିଛି। ୨୬୭ ସୁସ୍ଥ ସହିତ ମୋଟ୍ ଆରୋଗ୍ୟସଂଖ୍ୟା ୨୫,୬୧୯କୁ ବୃଦ୍ଧି ଘଟିଛି। ସେହି ପରି କରୋନାଜନିତ ମୃତ୍ୟୁସଂଖ୍ୟା ଅଦ୍ୟାବଧି ୧୪୮ରେ ପହଞ୍ଚିଛି। ମୋଟ୍ ସକ୍ରିୟ କେସ୍ ସଂଖ୍ୟା ୨୫୧୧ ରହିଛି।

ସୂଚନାଯୋଗ୍ୟ, ଅକ୍ଟୋବର ମାସ ପୂର୍ବରୁ ହୁ ହୁ ହୋଇ କରୋନା ବଢିବାରେ ଲାଗିଥିଲା। ରାଜଧାନୀ ଭୁବନେଶ୍ଵରରୁ ପ୍ରତି ଦିନ ୪୦୦ରୁ ଉର୍ଦ୍ଧ୍ଵ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ସ୍ଥାନୀୟ  ସଂକ୍ରମଣ କେସ୍‌ ସଂଖ୍ୟା ବଢିବାରେ ଲାଗିଥିଲା। ଯାହା ବିଏମସି ପାଇଁ ଚିନ୍ତାର କାରଣ ପାଲଟିଥିଲା।

   Related Posts