ଗଞ୍ଜାମରେ ଆଜି ୧୮୮ କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ, ୧୨ କରୋନା ଯୋଦ୍ଧା ସଂକ୍ରମିତ

Published By : Prameya-News7 Bureau | July 14, 2020 IST

ବ୍ରହ୍ମପୁର ୧୪।୦୭:  ଆଜି ରାଜ୍ୟରେ ୫୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ମୋଟ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦ ରେ ପହଞ୍ଚିଛି । ଏହିପରି ଭାବରେ ଆଜି ଗଞାମ ଜିଲ୍ଲାରେ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୫ରେ ପହଞ୍ଚିଛି । ସେହିପରି ଆଜି ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୪କୁ ପାଇଛି । ସେହିପରି ଜିଲ୍ଲାରୁ ୨୪୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮୫୮ ଜଣ ଏବେ ଆକ୍ଟିଭ୍ ଥିବା ସୂଚନା ଜଣାପଡିଛି।

wp:html /wp:html

ତେବେ ଆଜି ଚିହ୍ନଟ ହୋଇଥିବା ୧୮୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ କୋଭିଡ଼ ଯୋଦ୍ଧା ରହିଛନ୍ତି । ବ୍ରହ୍ମପୁରରୁ ୩ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୧ ଜଣ ମୋଟ ୮୪ ଜଣ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ ମାଧ୍ୟରେ ସୂଚନା ଦେଇଛନ୍ତି।  ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି କରୋନା ଗ୍ରାଫ । ଯେଉଁଥିପାଇଁ ଜିଲ୍ଲାପାଳ ପ୍ରତିଦିନ ସଚେତନତା ରହିବା ପାଇଁ ସାଧାରଣଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ଅପିଲ କରୁଛନ୍ତି ।

wp:core-embed/wordpress {"url":"http://www.prameyanews7.com/543-more-corona-patient-in-odisha-corona-virus/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/543-more-corona-patient-in-odisha-corona-virus/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.