ରାଜଧାନୀରେ ଥମୁନି କରୋନା: ଆଜି ବାହାରିଲେ ଆଉ ୧୮୭ ପଜିଟିଭ୍, ଗୋଟିଏ ହୋଟେଲରୁ ଏକା ବେଳେ ୧୮ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | August 12, 2020 IST

ଭୁବନେଶ୍ଵର ୧୨।୦୮: ରାଜ୍ୟରେ କରୋନା ସଂକ୍ରମଣର ଗତି ଥମିବାର ନାଁ ଧରୁନାହିଁ। ଦୈନିକ ହଜାର ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହି ପରି ରାଜଧାନୀ  ଭୁବନେଶ୍ଵରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ରାଜଧାନୀରୁ ଦୈନିକ ଶତାଧିକ ପଜିଟିଭ୍ କେସ ସଂଖ୍ୟା ସାମ୍ନାକୁ ଆସୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ଆଉ ୧୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୩୫୮କୁ ବୃଦ୍ଧି ଘଟିଛି। ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୃପକ୍ଷ ତରଫରୁ ଟ୍ଵିଟ୍‌ ଯୋଗେ  ବୁଧବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଏମସି ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୧୮୭ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୪ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରହିଛି। ଉଦ୍‌ବେଗର ବିଷୟ ଜୟଦେବ ବିହାର ନିକଟ ଏକ ହୋଟେଲରୁ ଏକା ବେଳେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ଭଳି ଏହି ସମୟରେ ଆଜି ଭୁବନେଶ୍ଵରରୁ ୧୦୭ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ୨୯୧୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବିଏମସି ଅନୁଯାୟୀ ଆଜି ୧୮୭ କରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ଵରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୩୫୮ ରହିଛି। ସେଥିରୁ ୨୯୨୪ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩ ରହିଥିବା ବେଳେ ଭୁବନେଶ୍ଵରରେ ସକ୍ରିୟ କେସ୍‌ ସଂଖ୍ୟା ୧୪୧୮ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.