ଦେଶରେ ଗତ ୨୪ ଘଣ୍ଟାରେ ୧୧୩୬ ନୂତନ କେସ୍, ସଂକ୍ରମଣମୁକ୍ତ ହେଲା ୬୧ ଜିଲ୍ଲା

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୦୪: ବିଶ୍ଵ ମହାମାରୀ କରୋନା ଭାଇରସ୍‌ ପ୍ରକୋପ ଦେଶରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ନୂତନ ୧୩୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ପାର କରି ୧୮୬୦୧ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୭୦୫ ଜଣ ସୁସ୍ଥ ହୋଇଛନ୍ତି। ଏ ପର୍ଯ୍ୟନ୍ତ ମୋଟ୍ ୩୨୫୨ ଜଣ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। କରୋନା ନେଇ ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ।

ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଯେ, ଗତ ୨୮ ଦିନ ହେବ ପୂର୍ବରୁ ସଂକ୍ରମିତ ତିନୋଟି ଜିଲ୍ଲାରେ କରୋନାର ଗୋଟିଏ ହେଲେ କେସ୍ ସାମ୍ନାକୁ ଆସିନାହିଁ। ଏହି ପରି ୧୪ ଦିନ ହେବ ଦେଶର ୬୧ ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ହସ୍ତଗତ ହୋଇ ନାହିଁ।

wp:core-embed/twitter {"url":"https://twitter.com/ANI/status/1252550967804846080","type":"rich","providerNameSlug":"twitter","className":""}
https://twitter.com/ANI/status/1252550967804846080
/wp:core-embed/twitter

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର ଆର. ଗଙ୍ଗାଖେଡକର କହିଛନ୍ତି କରୋନା ଭାଇରସ୍‌ ଏକ ନୂତନ ରୋଗ। ଗତ ସାଢେ ତିନି ମାସରେ ଏହି ରୋଗର ନିରାକରଣ ପାଇଁ ବିଜ୍ଞାନ ଅନେକ ପ୍ରଗତି କରିଛି ଏବଂ ପିପିଆର ପରୀକ୍ଷଣର ବିକାଶ ମଧ୍ୟ ହୋଇଛି। ୭୦ ଭ୍ୟାକସିନ ମଧ୍ୟରୁ ୫ ଭ୍ୟାକସିନ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇ ଯାଇଛି।

ଆର. ଗଙ୍ଗାଖେଡକର କହିଛନ୍ତି ରାଜ୍ୟରେ ଦୁଇ ଦିନ ପାଇଁ ରାପିଡ୍ ଟେଷ୍ଟିଂ କିଟ୍‌ ଉପଯୋଗ ନକରିବାକୁ ପରାମର୍ଶ ଦିଆଯାଇଛି। କାରଣ ଟେଷ୍ଟିଂ କିଟ୍‌ରେ ରେଜଲ୍ଟରେ ବହୁତ ଭିନ୍ନତା ରହୁଛି, ଯେଉଁଥିପାଇଁ ଅନ ଗ୍ରାଉଣ୍ଡ ଟିମ୍ ଦ୍ଵାରା କିଟ୍ ପରୀକ୍ଷଣ ପରେ ଦୁଇ ଦିନରେ ଆଡଭାଇଜରି ଜାରି କରାଯିବ।  ଯଦି ପରୀକ୍ଷଣ ପରେ କିଟ୍‌ରେ କୌଣସି ତ୍ରୁଟି ଦେଖିବାକୁ ମିଳେ ତେବେ ଏହାକୁ ସମ୍ବନ୍ଧିତ କମ୍ପାନୀକୁ ଫେରାଇ ଦିଆଯିବ।

wp:core-embed/twitter {"url":"https://twitter.com/ANI/status/1252552400914665473","type":"rich","providerNameSlug":"twitter","className":""}
https://twitter.com/ANI/status/1252552400914665473
/wp:core-embed/twitter

ସେ କହିଛନ୍ତି ଏ ପର୍ଯ୍ୟନ୍ତ ଦେଶରେ ୪, ୪୯, ୮୧୦ ନମୂନାର ପରୀକ୍ଷଣ କରାଯାଇଛି। କାଲି ୩୫ ହଜାର ୮୫୨ ନମୂନାର ପରୀକ୍ଷଣ କରାଯାଇଛି। ଏଥିରୁ ୨୯ ହଜାର ୭୭୬ ନମୂନାର ପରୀକ୍ଷଣ ୨୦୧ ଆଇସିଏମଆର ନେଟ୍‌ଓ୍ଵର୍କ ଲ୍ୟାବରେ ରହିଛି। ଏବଂ ବାକି ୬,୦୭୬ ନମୂନାର ଟେଷ୍ଟ ୮୫ ଘରୋଇ ପ୍ରୟୋଗଶାଳାରେ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.