ଭଲ ଖବର, ସୁସ୍ଥ ହେଲେ ଆଉ ୧୮୬ କରୋନା ସଂକ୍ରମିତ

Published By : Prameya-News7 Bureau | June 21, 2020 IST

ଭୁବନେଶ୍ୱର, ୨୧|୦୬:  ରବିବାର ରାଜ୍ୟରେ ୧୮୬ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୭୨୦କୁ ବୃଦ୍ଧି ପାଇଛି ।

ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ କଟକରୁ ୬୨ ଜଣ ରହିଥିବା ବେଳେ କନ୍ଧମାଳରୁ ୪୧, ଖୋର୍ଧାରୁ ୩୨, ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୮, ଅନୁଗୋଳରୁ ୭, କେଉଁଝରରୁ ୫, ମାଲକାନଗିରି, ନୟାଗଡ ଓ ପୁରୀରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର, ଦେବଗଡ ଓ ସୋନପୁରରୁ ୨ ଜଣ ଲେଖାଏଁ ଓ ସୁନ୍ଦରଗଡରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ରବିବାର ଆଉ ୩୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.