ଭଦ୍ରକରେ ରେକର୍ଡ଼ ସଂଖ୍ୟକ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୩ହଜାର ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | September 03, 2020 IST

ଭଦ୍ରକ ୦୩।୦୯: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟରେ ଆଜି ୩୬୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ଭଦ୍ରଜ ଜିଲ୍ଲାରୁ ଆଜି ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ରେକର୍ଡ ସଂଖ୍ୟା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୦ ହଜାର ୨୦୪ ଟେଷ୍ଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା  ୩୦୦୦ରେ ପହଞ୍ଚିଛି  । ସେହିପରି  ୨୧୮୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୦୩ଟି  ଆକ୍ଟିଭ କେସ ରହିଛି । ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯ରେ ପହଁଚିଛି ।

wp:html /wp:html

ତେବେ ଆଜି ଚିହ୍ନଟ ହୋଇଥିବା ୧୮୬ ସଂକ୍ରମିତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରୁ ୪୨ , ପୌରାଞ୍ଚଳରୁ ୧୯ । ଭଦ୍ରକ ବ୍ଲକରୁ ୩୪ ଓ ପୌରାଞ୍ଚଳରୁ ୩୫ ,  ବନ୍ତ ବ୍ଲକରୁ ୪ଜଣ ,  ଭଣ୍ଡାରିପୋଖରୀ ବ୍ଲକରୁ ୩୦ । ଚାନ୍ଦବାଲିରୁ ୩ , ଧାମନଗର ବ୍ଲକରୁ ୪ ଓ ଏନଏସିରୁ ଜଣେ , ତିହିଡି ବ୍ଲକରୁ ୧୨ ଜଣ ଓ ଅନ୍ୟ ଜିଲ୍ଲାରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.