ଭଲ ଖବର, ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ

Published By : Prameya-News7 Bureau | June 27, 2020 IST

ଭୁବନେଶ୍ୱର, ୨୭|୦୬:   ଶନିବାର ରାଜ୍ୟରେ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ ଗଞ୍ଜାମର ରହିଥିବା ବେଳେ ଖୋର୍ଧାରୁ ୪୫, ବାଲେଶ୍ୱରରୁ ୩୧, ଗଜପତିରୁ ୧୨, ଭଦ୍ରକରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି  ଜଗତସିଂପୁରର ୬, ଝାରସୁଗୁଡାରୁ ୬, କେନ୍ଦ୍ରାପଡା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪, ବଲାଙ୍ଗୀର ଓ କେଉଁଝରରୁ ୩, କଚକରୁ ୨, ଅନୁଗୋଳ, ଯାଜପୁର, କନ୍ଧମାଳ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ରାଜ୍ୟରେ ଆଉ ୧୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୩ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୨୭ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.