ଆରୋଗ୍ୟରେ ରେକର୍ଡ, ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର, ୦୭|୦୮:  ଶୁକ୍ରବାର ରାଜ୍ୟରେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ୨୮୬୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html wp:html /wp:html

ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ଗଞ୍ଜମ ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୨, ବାଲେଶ୍ୱରରୁ ୧୭, ବଲାଙ୍ଗିରିରୁ ୧୫,କଟକରୁ ୧୪୭, ଗଜପତିରୁ ୧୩୬, ଢେଙ୍କାନାଳରୁ ୧୧୬, ସୁନ୍ଦରଗଡ଼ରୁ ୧୦୬, ସମ୍ୱଲପୁରରୁ ୬୨, ରାୟଗଡ଼ାରୁ ୫୫, କେନ୍ଦୁଝରରୁ ୩୭, ଅନୁଗୋଳରୁ ୩୪, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୨, ଯାଜପୁରରୁ ୨୦, ବରଗଡ଼ରୁ ୧୯, ମାଲକାନଗିରିରୁ ୧୫, କେନ୍ଦ୍ରାପଡ଼ାରୁ ୧୪, ଭଦ୍ରକରୁ ୧୩, ଦେବଗଡ଼ରୁ ୧୧, ନବରଙ୍ଗପୁରରୁ ୧୧, ଜଗତସିଂହପୁରରୁ ୮, ଝାରସୁଗୁଡ଼ାରୁ ୮, ପୁରୀରୁ ୬, ବୌଦ୍ଧରୁ ୫, ସୋନପୁରରୁ ୪ ଓ ମାଲକାନଗିରିରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୮ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୧୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.