କରୋନା ରୋଗୀଙ୍କୁ ହସ୍ପିଟାଲ ପଠାଇଲା ୧୮୧ ପୃଷ୍ଠାର ସାଢେ ୮ କୋଟିର ଟଙ୍କାର ବିଲ

Published By : Prameya-News7 Bureau | June 14, 2020 IST

ୱାସିଂଟନ ୧୪/୦୬ : ଆମେରିକାର ଏକ ଘରୋଇ ହସ୍ପିଟାଲ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ୧୧ ଲକ୍ଷ ଆମେରିକୀୟ ଡଲାର (ପାଖାପାଖି ସାଢେ ୮ କୋଟି ଟଙ୍କା)ର ବିଲ ପଠାଇଛି | ରିପୋର୍ଟ ଅନୁଯାୟୀ, ସିଏଟେଲ ଟାଇମ୍ସ ସୂଚନା ଦେଇଛି ଯେ ମାଇକଲ ଫ୍ଲର ମାର୍ଚ୍ଚ ୪ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ସେ ୬୨ ଦିନ ହସ୍ପିଟାଲରେ ରହିଥିଲେ | ହସ୍ପିଟାଲରେ ଭର୍ତ୍ତି ଥିବା ସମୟରେ ଗୋତିଏଥର ସେ ମାରୁ ମାରୁ ବଞ୍ଚିଛନ୍ତି | ସେତେବେଳେ ହସ୍ପିଟାଲର ଜଣେ ନର୍ସ ଫୋନରେ ତାଙ୍କ ପତ୍ନୀ ଓ ପିଲାଙ୍କ ସହ କଥାବାର୍ତ୍ତା କରାଇ ଦେଇଥିଲେ |

ଲଗାତାର ଚିକିତ୍ସା ପରେ ଫ୍ଲର ସୁସ୍ଥ ହୋଇଥିଲେ ଏବଂ ମେ ୫ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା | ହସ୍ପିଟାଲ ତାଙ୍କୁ ୧୮୧ ପୃଷ୍ଠାର ଏକ ବିଲ ପଠାଇଥିଲା | ୧୧୨୨୫୦୧.୦୪ ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ସାଢେ ୮ କୋଟି ଟଙ୍କାର ବିଲ ପଠାଇଥିଲା | 

ବିଲରେ ଆଇସିୟୁ ପାଇଁ ପ୍ରତିଦିନ ୯ ହଜାର ୭୩୬ ଆମେରିକିଆ ଡଲାର (ପାଖାପାଖି ସାଢେ ୭ ଲକ୍ଷ), ୪୨ ଦିନ ପାଇଁ ଷ୍ଟେରାଇଲ ରୁମର ୪,୦୯,୦୦୦ ଆମେରିକୀୟ ଡଲାର ଅର୍ଥାତ ୩୧ ଲକ୍ଷ ୬୬ ହଜାର ୪୧୩ ଟଙ୍କା, ୨୯ ଦିନ ଭେଣ୍ଟିଲେଟର ପାଇଁ ୮୨ ହଜାର ଆମେରିକୀୟ ଡଲାର ଅର୍ଥାତ ୬୨ ଲକ୍ଷ ୨୮ ହଜାର ୪୭୪ ଟଙ୍କା ହୋଇଥିଲା | ଯେତେବେଳେ ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସେହି ଦୁଇ ଦିନର ବିଲ ପାଖାପାଖି ଏକ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ୭୫ ଲକ୍ଷ ୯୫ ହଜାର ୭୦୦ ଟଙ୍କା ଚାର୍ଜ କରିଥିଲା ହସ୍ପିଟାଲ |

ସିଏଟେଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଫ୍ଲରଙ୍କ ବୟସ ଅନୁସାରେ ସେ ସରକାରୀ ବୀମାର ହକଦାର ଏବଂ ଏହି ଟଙ୍କା ତାଙ୍କ ଠାରୁ ନିଆଯିବା ଉଚିତ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.