ଭୁବନେଶ୍ବରରୁ ଦିନକରେ ୧୮୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୮ ସୁସ୍ଥ

Published By : Prameya-News7 Bureau | July 19, 2021 IST

ଭୁବନେଶ୍ବର ୧୯/୦୭ : ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଗ୍ରାଫ୍ ଖସୁଛି । ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୧୮୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୬୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୧୧୬ ଜଣ । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୬, ୦୬୫ । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୯୩,୯୮୮ ଜଣ ସୁସ୍ଥ ହୋଇସାରିଛନ୍ତି । ୫୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦୩ ଆକ୍ଟିଭ୍ କେସ୍ ରହିଛି । ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୫୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଗତକାଲି ଭୁବନେଶ୍ବରରୁ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

wp:embed {"url":"https://twitter.com/bmcbbsr/status/1417116530727284742","type":"rich","providerNameSlug":"twitter","responsive":true,"className":""}
https://twitter.com/bmcbbsr/status/1417116530727284742
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.