Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କରୋନା କାରଣରୁ ଭାରତରେ ୧୮୦୦୦ ଲୋକଙ୍କ ପ୍ରାଣହାନୀ ଘଟିବାର ଆଶଙ୍କା ରହିଛି: ମହାମାରୀ ବିଶେଷଜ୍ଞ

28/05/2020 at 4:12 PM

ନୂଆଦିଲ୍ଲୀ ୨୮।୦୫: ଭାରତରେ ଜୁଲାଇ ମାସର ପ୍ରାରମ୍ଭରେ କୋଭିଡ୍-୧୯ ସଂକ୍ରମଣ ଚରମରେ ପହଞ୍ଚିବାର ଆଶଙ୍କା ରହିଛି। ଏହି ବୈଶ୍ଵିକ ମହାମାରୀରେ ଭାରତରେ ୧୮ ହଜାର ଲୋକଙ୍କ ପ୍ରାଣହାନୀ ଘଟିପାରେ। ଏହି ଦାବି ଜଣେ ମହାମାରୀ ଏବଂ ଲୋକ ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ସେଣ୍ଟର ଫର କଣ୍ଟ୍ରୋଲ୍‌ ଅଫ କ୍ରନିକ୍ କଣ୍ଡିସନ(CCCC)ର ନିର୍ଦ୍ଦେଶକ ପ୍ରଫେସର ଡି.ପ୍ରଭାକରଣ କହିଛନ୍ତି ଦେଶରେ ମହାମାରୀ ସଂକ୍ରମଣ ଆହୁରି ବ୍ୟାପିବାକୁ ଯାଉଛି। ପ୍ରଭାକରଣ ବ୍ରିଟେନ୍‌ରେ ଲଣ୍ଡନ ସ୍କୁଲ୍ ଅଫ ହାଇଜିନ୍ ଆଣ୍ଡ ଟ୍ରପିକଲ ମେଡିସିନରେ ମହାମାରୀ ବିଜ୍ଞାନ ବିଭାଗର ପ୍ରଫେସର ମଧ୍ୟ ଅଛନ୍ତି।

ସେ କହିଛନ୍ତି, ଭାରତରେ ସର୍ବାଧିକ କରୋନା ସଂକ୍ରମିତ ଜୁଲାଇ ମାସରେ ସାମ୍ନାକୁ ଆସିପାରେ। ବିଭିନ୍ନ ଗବେଷଣା ଆଧାରରେ ଏବଂ ଅନ୍ୟ ଦେଶରେ ସଂକ୍ରମଣ ବଢିବା ଓ ହ୍ରାସ ହେବା ଉପରେ ଆକଳନ କରି ଏହି ତଥ୍ୟ ପ୍ରକାଶିତ କରିଥିବା ସେ କହିଛନ୍ତି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ହୋଇପାରେ ଏବଂ ହାରାହାରି ମୃତ୍ୟୁ ହାର ତିନି ପ୍ରତିଶତ ରହିପାରେ। ଭାରତରେ କୋଭିଡ୍-୧୯ କାରଣରୁ ପ୍ରାୟ ୧୨ ହଜାରରୁ ୧୮ ହଜାର ଲୋକଙ୍କ ମୃତ୍ୟୁ ଘଟିପାରେ।

ପ୍ରଭାକରଣ କହିଛନ୍ତି ସୀମିତ ଡାଟାକୁ ଦେଖିବା ପରେ ଲାଗୁଛି, ଏଠାରେ ମୃତ୍ୟହାର କମ୍ ମାତ୍ର କଣ ବାସ୍ତବରେ ସ୍ଥିତି ଏମିତି ରହିଛି। ଏହା ମହାମାରୀ ସମାପ୍ତ ହେବା ପରେ ଯାଇ ଜଣା ପଡିବ ସେ କହିଛନ୍ତି।

   Related Posts