Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ବଢୁଛି ଆରୋଗ୍ୟ ସଂଖ୍ୟା, ଆଜି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ୧୮୦୦ ସଂକ୍ରମିତ

30/10/2020 at 8:34 PM

ଭୁବନେଶ୍ଵର ୩୦।୧୦: ଦେଶ ସହିତ ଓଡିଶାରେ ମଧ୍ୟ କରୋନାରେ ସୁସ୍ଥହାର ବଢିବାରେ ଲାଗିଛି। ରାଜ୍ୟରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ସଂପ୍ରତି ଆକ୍ରାନ୍ତଙ୍କ ତୂଳନାରେ ଆରୋଗ୍ୟସଂଖ୍ୟା ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨, ୭୩, ୮୩୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦେଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧାର ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି। ସେହିପରି କଟକ  ଜିଲ୍ଲାରୁ ୧୪୮, ନୂଆପଡାରୁ ୧୦୦, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୮୧, ସୁନ୍ଦରଗଡରୁ ୭୬, କେନ୍ଦୁଝରରୁ ୭୪, ବାଲେଶ୍ଵରରୁ ୭୨, ପୁରୀରୁ ୬୯, ଯାଜପୁରରୁ ୬୬, ବରଗଡରୁ ୬୫, କେନ୍ଦ୍ରାପଡାରୁ ୬୨, ବଲାଙ୍ଗୀରରୁ ୬୦, ଭଦ୍ରକରୁ ୬୦, ଜଗତସିଂହପୁରରୁ ୬୦, ନବରଙ୍ଗପୁରରୁ ୫୩, କୋରାପୁଟରୁ ୪୪ ଜଣ ଅଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି।

ଏହି ପରି କଳାହାଣ୍ଡିରୁ ୪୨, ଝାରସୁଗୁଡାରୁ ୪୦, ଢେଙ୍କାନାଳରୁ ୩୫, ମାଲକାନଗିରିରୁ ୩୫, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୯, କନ୍ଧମାଳରୁ ୨୯, ସୋନପୁରରୁ ୨୯, ନୟାଗଡରୁ ୨୭, ରାୟଗଡାରୁ ୧୨, ଦେବଗଡରୁ ୮, ଗଜପତିରୁ ୭ ଏବଂ ବୌଦ୍ଧ ଜିଲ୍ଲାରୁ ୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ  ଆଉ ୧୫୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୮, ୬୪୬ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୧ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୦ ଛୁଇଁଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ଆରୋଗ୍ୟ ସଂଖ୍ୟା ୨, ୭୩, ୮୩୮କୁ ବୃଦ୍ଧି ଘଟିଛି।

   Related Posts