Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ପୋଲିସ ଏବଂ ସେନା କାର୍ଯ୍ୟାଳୟ ସମେତ ଜେଲ ଉପରେ ଆକ୍ରମଣ କଲେ ଆତତାୟୀ , କାରାଗାରରେ ବନ୍ଦୀ ଥିବା ୧୮୦୦ କଏଦୀ ଫେରାର

6/04/2021 at 2:21 PM

ଓ୍ବାରୀ ୦୬/୦୪ : ନାଇଜେରିଆାର ଦକ୍ଷିଣ ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀ ଆତତାୟୀମାନେ ଆକ୍ରମଣ କରିଛନ୍ତି । ପୋଲିସ ଏବଂ ସେନା କାର୍ଯ୍ୟାଳୟଗୁଡିକ ବନ୍ଧୁକଧାରୀ ଆତତାୟୀମାନେ ଏକ ଜେଲ ଉପରେ ମଧ୍ୟ ପ୍ରବଳ ଗୁଳିମାଡ କରିଛନ୍ତି । ଯାହାଫଳରେ ଜେଲରେ ବନ୍ଦୀଥିବା ପ୍ରାୟ୧୮ଶହ କଏଦୀ ଫେରାର ହୋଇଯାଇଛନ୍ତି ।

ଏହି ଘଟଣା ନାଇଜେରିଆର ଓଓ୍ବେରୀ ସହରରେ ଘଟିଛି । ରାତି ପ୍ରାୟ ୨ଟା ବେଳେ ବନ୍ଧୁକଧାରୀ ଆତତାୟୀମାନେ ସେଠା​‌ରେ ପହଞ୍ଚି ଆଖିବୁଜା ଗୁଳିମାଡ କରିଥିଲେ । ଟାର୍ଗେଟ୍‌ରେ ଥିଲା ଜେଲରେ ଥିବା ଜଣେ ବନ୍ଦୀ ବ୍ୟକ୍ତି । ତେବେ ତାକୁ ଗୁଳିମାଡ କରିବାକୁ ଯାଇ ଜେଲ ପରିସରରେ ଆଖିବୁଜା ଗୁଳି ଚଳାଇଥିଲେ ଆତତାୟୀ । ଯାହା ଫଳରେ ଜେଲରେ ଥିବା କଏଦୀମାନେ ଖସିପଳାଇବାକୁ ସକ୍ଷମ ହୋଇଥିଲେ ।

ନାଇଜେରିଆ ଜେଲ ମୁଖପାତ୍ର ଫ୍ରାନସିସ୍‌ ଏନୋବୋରେ କହିଛନ୍ତି, କଏଦୀମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ମଧ୍ୟ କିଛି ଆତତାୟୀମାନେ ୪ଟି ପୋଲିସ ଷ୍ଟେସନ, ମିଲିଟାରୀ ଚେକ୍‌ପଏଣ୍ଟ ଗୁଡିକରେ ଆଖିବୁଜା ଗୁଳିମାଡ କରିଥିଲେ । ଯେଉଁଥିରେ ୧୨ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା ।

ଆତତାୟୀମାନେ ବିଳମ୍ବିତ ରାତିରେ ମେସିନ୍‌ ଗନ୍‌, ଗ୍ରେନେଡ୍‌ ଏବଂ ବିସ୍ଫୋରକ ସହାୟତାରେ ଆକ୍ରମଣ କରିଥିଲେ । ତେବେ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଏବଂ ଜେଲରୁ ଫେରାର ହୋଇଯାଇଥିବା ବନ୍ଦୀମାନଙ୍କୁ ଧରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

   Related Posts