ତେଲେଙ୍ଗାନାରେ ଫସିଛନ୍ତି କୋରାପୁଟ ଲକ୍ଷ୍ମୀପୁରର ୧୮ ଯୁବତୀ

Published By : Prameya-News7 Bureau | December 24, 2018 IST

କୋରାପୁଟ ୨୪|୧୨ : ତେଲେଙ୍ଗାନାରେ ଫସିଛନ୍ତି କୋରାପୁଟ ଲକ୍ଷ୍ମୀପୁରରୁ କାମ କରିବାକୁ ଯାଇଥିବା ୧୮ ଯୁବତୀ । ଏମାନେ ସମସ୍ତେ ପିପଳପଦର ପଞ୍ଚାୟତର ଚୁଚୁକଣା ଓ ପିସ୍କାଡାଙ୍ଗ ଗାଁର । ଗତ ତିନି ମାସ ଧରି ଏମାନେ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଜଣାପଡିଛି, ହେଲେ ନିର୍ଦ୍ଧିଷ୍ଟ କେଉଁ ସ୍ଥାନରେ  କାମ କରୁଛନ୍ତି ତାହାର ସଠିକ ସୂଚନା ନାହିଁ । କାମ କରିବାକୁ ଯାଇଥିବା ଯୁବତୀମାନେ ଗାଁକୁ ଫେରୁନଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଛି ।

{"id":66709}

ତିନି ମାସ ତଳେ ରାୟଗଡା ଜିଲ୍ଲା କାର୍ଲାକଣା ଗାଁର ଚାଚରି ପ୍ରାସ୍କା ଓ ଦାଣ୍ଡିପୁର ଗାଁର ଗୋପି ନାମରେ ଦୁଇ ଠିକାଦାର ଜେକେପୁରରେ କାମ କରିବାକୁ କହି ଏମାନଙ୍କୁ ଗାଁରୁ ଡାକି ନେଇଥିଲା । ତେବେ ଜେକେପୁରରୁ ଟ୍ରେନରେ ଚଢାଇ ବିଜୟନଗରମ୍ ଷ୍ଟେସନରେ ସମସ୍ତଙ୍କୁ ଓହ୍ଲାଇ ଦେଇଥିଲେ । ଏହାପରେ ସେଠାରୁ ହାଇଦ୍ରାବାଦକୁ ନେଇ ଯାଇଥିଲେ। ଦୁଇ ସପ୍ତାହ ତଳେ ଫୋନ ଯୋଗେ ଏମାନଙ୍କ ସହ ଯୋଗାଯୋଗ ହୋଇଥିଲା ତେବେ ପରିବାର ସହ ଭୋଟିବାକୁ ସୁଯୋଗ ଦେଇନଥିଲା ଠିକାଦାର ।  ଯୁବତୀଙ୍କ ସମ୍ପର୍କୀୟମାନେ ରାୟଗଡା ଫେରିଆସି ନ୍ୟୁଜ୍ ସେଭେନ୍ ପ୍ରତିନିଧିଙ୍କ ଆଗରେ ପୁରା ଘଟଣା ବଖାଣିଥିଲେ । ତେଲେଙ୍ଗାନାରେ ଫଶିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.