ଲଗାଣ ବର୍ଷାରେ ଭାଙ୍ଗିଲା ୧୮ବର୍ଷର ପୁରୁଣା ପୋଲ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ୧୫ଟି ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | October 27, 2019 IST

ବାରଙ୍ଗ ୨୭।୧୦: ଲଗାଣ ବର୍ଷ।ରେ ଭାଙ୍ଗିଲା ୧୮ ବର୍ଷର ପୋଲ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଭୁବନେଶ୍ବର ବ୍ଲକ୍ ବରିମୁଣ୍ଡ ପଂଚାୟତର ସିଙ୍ଗଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲ ଭାଙ୍ଗିବା ଫଳରେ ୧୫ଟି ଗ୍ରାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତୁରନ୍ତ ପୋଲ ନିର୍ମ।ଣ ପାଇଁ ଗ୍ରାମବାସୀଙ୍କ ଦାବି ହେଉଥିବା ବେଳେ ଘଟଣାସ୍ଥଳରେ ବିଡିଓ କିମ୍ବା କୌଣସି ନିର୍ବ।ହୀ ଯନ୍ତ୍ରୀଙ୍କ ଦେଖାନାହିଁ ।

{"id":175477}

ଭୁବନେଶ୍ବର ବ୍ଲକ୍ ବରିମୁଣ୍ଡ ପଂଚାୟତର ସିଙ୍ଗଡା ଗ୍ରାମ । ଏହି ଗ୍ରାମ ଦେଇ ଯାଇଥିବା ରାସ୍ତାରେ ୧୫ଟି ଗ୍ରାମର ଜନସାଧାରଣ ପ୍ରତିଦିନ ଯାତାୟତ କରିଥାନ୍ତି । ପୂର୍ବରୁ ଏଠାରେ ଥିବା ପୁରୁଣା ପଥର ପୋଲ ଭାଙ୍ଗି ଯାଇଛି । ଗତ ୨୦୦୧ରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କ ସମୟରେ ଏଠାରେ ନୂଆ କଂକ୍ରିଟ ପୋଲ ନିର୍ମ।ଣ ହୋଇଥିଲା । ଗତ ୧୮ ବର୍ଷ ମଧ୍ୟରେ ନୂଆ ପୋଲଟି ଭାଙ୍ଗି ପଡିଛି । ପୂର୍ବରୁ ପୋଲ ଦୁର୍ବଳ ହୋଇ ପଡିଥିବାରୁ ବ୍ଲକ୍ ବିଡିଓଙ୍କୁ ଏନେଇ ବାରମ୍ବାର ଅଭିଯୋଗ କରାଯାଉ ଥିଲେ ମଧ୍ୟ କେହି ଶୁଣି ନାହାନ୍ତି ।  

{"id":175478}

ଗତ ଶନିବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ଏସି ଭ୍ୟାନ ଏହି ପୋଲ ଉପରେ ଯିବା ସମୟରେ ଗ୍ରାମବାସୀ ପୋଲ ଉପରେ ସ୍କୁଲ ଗାଡିକୁ ଯିବାକୁ ବାରଣ କରିଥିଲେ । ସ୍କୁଲ ଗାଡିକୁ ଅଟକାଇ ଅନ୍ୟ ରାସ୍ତାରେ ଯିବାପାଇଁ ପରାମର୍ଶ ଦେଇଥିଲେ । ଠିକ୍ ଏହାର କିଛି ସମୟ ମଧ୍ୟରେ ପୋଲଟି ଭାଙ୍ଗି ପଡିଥିଲା । ଫଳରେ ୮ଜଣ ସ୍କୁଲ ପିଲା ଏକ ନିଶ୍ଚିତ ଦୁର୍ଘଟଣାରୁ ବଂଚିଯାଇଥିଲେ । ଏବେ ୧୫ଟି ଗ୍ରାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଏନେଇ ବ୍ଲକ୍ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ବିଡିଓ କିମ୍ବା ସମୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କ ସହ ଯୋଗାଯୋଗ ହୋଇଥିଲେ ମଧ୍ୟ କିଛି ଲାଭ ମିଳୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.