Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାନସିକ ଚାପ ହେଉଛି ଘାତକ : ସୁଶାନ୍ତ ସିଂହଙ୍କ ପ୍ରଶଂସିକା ଏବଂ ଟିକଟକ୍ ଷ୍ଟାରଙ୍କ ଆତ୍ମହତ୍ୟା ନେଇ ଆଲୋଡ଼ନ

7/07/2020 at 1:51 PM

ମୁମ୍ବାଇ ୭/୭: ମନୋରଞ୍ଜନ ଜଗତ ସହ ଜଡ଼ିତ ଆତ୍ମହତ୍ୟାର ଦୁଇଟି ମାମଲା ସାମନାକୁ ଆସିଛି। ଜଣେ ୧୮ବର୍ଷ ବୟସ୍କା ଟିକଟକ୍ ୟୁଜର ସନ୍ଧ୍ୟା ଚୌହାନ ଆତ୍ମହତ୍ୟା କରି ନେଇଥିବାବେଳେ ସୁଶାନ୍ତ ସିଂହ ରାଜପୁତଙ୍କ ୪୫ବର୍ଷ ବୟସ୍କା ଫ୍ୟାନ୍ ଡିପ୍ରେସନରେ ନିଜ ଜୀବନ ଦେଇ ଦେଇଛନ୍ତି।

କୁହାଯାଉଛି ଯେ ସନ୍ଧ୍ୟା ଚୌହାନ ଦିଲ୍ଲୀ ୟୁନିଭର୍ସିଟିର ଛାତ୍ରୀ ଥିଲେ ଏବଂ ତାଙ୍କର ଅନେକ ଫ୍ୟାନ୍ ଫଲୋଇଂ ଥିଲେ। ରବିବାର ସେ ନିଜ ରୁମରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ସୂଚନା ଅନୁଯାୟୀ ଯୁବତୀଙ୍କ ରୁମରୁ ସୁଇସାଇଡ ନୋଟ୍ ମିଳିନାହିଁ। କିନ୍ତୁ କୁହାଯାଉଛି ଯେ ଟିକଟକ୍ ବ୍ୟାନ୍ ହେବା ପରେ ସେ ଡିପ୍ରେସନରେ ଥିଲେ ଏବଂ ଏପରି ଅବସ୍ଥାରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଯୁବତୀଙ୍କ କଜିନ୍ ତାଙ୍କୁ ତାଙ୍କ ରୁମରେ ମୃତ ଅବସ୍ଥା​‌ରେ ଦେଖିଥିଲେ। ଏହା ପରେ ସେ ଅଥୋରିଟିଜଙ୍କୁ ଏହାର ସୂଚନା ଦେଇଥିଲେ। ମୃତ ଯୁବତୀଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଗତ ୨/୩ମାସରୁ ଡିପ୍ରେସନରେ ଥିଲେ।

ଟିକଟକ ଉପରେ ବ୍ୟାନ୍ ଲାଗିବା ପୂର୍ବରୁ ଜୁନ୍ ୨୫ତାରିଖରେ ୧୬ବର୍ଷର ଟିକଟକ୍ ଷ୍ଟାର ସିୟା କକ୍କର ଆତ୍ମହତ୍ୟା କରିଥିଲେ। ଜୀବନ ଦେବାର କିଛି ଘଣ୍ଟା ପୂର୍ବରୁ ସେ ନିଜର ଏକ ଡାନ୍ସ ଭିଡିଓ ମଧ୍ୟ ଅପଲୋଡ କରିଥିଲେ। ସିୟା ଦିଲ୍ଲୀର ପ୍ରୀତ ବିହାରରେ ରହୁଥିଲେ। ସିୟାଙ୍କ ଟିକଟକରେ ୧ମିଲିୟନରୁ ଅଧିକ ଫଲୋଅର୍ସ ଥିଲେ। ସେହିପରି ପାଖାପାଖି ୧ଲକ୍ଷ ପ୍ରଶଂସକ ତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିଲେ।

ଆତ୍ମହତ୍ୟାର ଅନ୍ୟ ଏକ ମାମଲା ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡ଼ିତ। ଅଭିନେତାଙ୍କ ଜଣେ ପ୍ରଶଂସକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଜୁଲାଇ ୧ତାରିଖରେ ଘଟିଥିଲା କିନ୍ତୁ ଏବେ ଏହି ଖବର ସମସ୍ତଙ୍କ ସାମନାକୁ ଆସିଛି।  କୁହାଯାଉଛି ଯେ ମୁମ୍ବାଇରେ ରହୁଥିବା ୪୫ବର୍ଷ ବୟସ୍କା ରଚନା ସେଠ ପିଏମସି ବ୍ୟାଙ୍କ ଘୋଟାଲା ପରଠୁ ଡିପ୍ରେସନରେ ଥିଲେ। ରଚନା ପିଏମସିରେ ନିଜ ଆକାଉଣ୍ଟ ଖୋଲି ରଖିଥିଲେ ଯେଉଁଥିରେ ପରିବାରର ପାଖାପାଖି ୧୫ଲକ୍ଷ ଟଙ୍କା ଜମା ଥିଲା। ଡିପ୍ରେସନରେ ସେ ନିଜ ସହ ଏକ ଓଢ଼ଣୀ ରଖିଥିଲେ। ତାଙ୍କ ପରିବାରକୁ ସବୁବେଳେ ଏହା ଡର ଥିଲା ଯେ ସେ କୌଣସି ଭୟାନକ ନିଷ୍ପତ୍ତି ନ ନିଅନ୍ତୁ। ତାଙ୍କ ସ୍ବାମୀଙ୍କ କହିବା ଅନୁସାରେ ପିଏମସି ବ୍ୟାଙ୍କ ଘୋଟାଲା ପରଠୁ ସେ ମାନସିକ ଅବସାଦରେ ରହୁଥିଲେ। ଗତ ମାସରେ ଯେତେବେଳେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ସାମନାକୁ ଆସିଥିଲା ତାଙ୍କ ମାନସିକ ଅବସ୍ଥା ଆହୁରି ଅସମ୍ଭାଳ ହୋଇଯାଇଥିଲା। ଜୁଲାଇ ୧ତାରିଖ ରାତିରେ ପାଖାପାଖି ୮ଟାବେଳେ ସେ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିଲେ।

   Related Posts