Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

18+ ଟିକାକରଣ : ଆଜିଠୁ ଅନଲାଇନ ରେଜିଷ୍ଟ୍ରେସନ, କୋୱିନ ପୋଟାଲକୁ ଯାଇ କରିବେ ପଞ୍ଜୀକରଣ

28/04/2021 at 8:00 AM

ଭୁବନେଶ୍ୱର ୨୮/୪ : ମେ ପହିଲାରୁ ସାରାଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ । ଏଥିପାଇଁ ଆଜିଠୁ ଆରମ୍ଭ ହେବ ଅନଲାଇନ ରେଜିଷ୍ଟ୍ରେସନ । କୋୱିନ ପୋଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ । ରାଜ୍ୟରେ ୨ କୋଟି ଓ ସାରା ଦେଶରେ ୬୫ କୋଟି ଲୋକ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଅଛନ୍ତି । ତେବେ ରାଜ୍ୟରେ ଟିକା ଅଭାବ କାରଣରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ବ ହୋଇପାରେ ।

କୋୱିନ ପୋଟାଲକୁ ଯାଇ ଆଜିଠୁ ସମସ୍ତେ ପଞ୍ଜୀକରଣ କରିପାରିବେ । କିନ୍ତୁ ବର୍ତ୍ତମାନ ସ୍ଲଟ ଅଫ ଆପଏଣ୍ଟ ମିଳିବ ନାହିଁ । ଯେବେ ଟୀକା ଆଭେଲେବୁଲ ହେବ ସେହି ଅନୁସାରେ ପୋଟାଲ ମାଧ୍ୟମରେ ଆମେ ସ୍ଲଟ ଦିଆଯିବ । ଏବଂ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ନାଗରିକ ମାନେ ତାଙ୍କ ସ୍ଲଟ ଅନୁସାରେ ଟିକା ନେଇପାରିବେ ବୋଲି ଗତକାଲି କହିଥିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ମେ ମାସରେ କୋଭିସିଲ୍ଡ ଟୀକା ପହଞ୍ଚିବା ସମ୍ଭାବନା କ୍ଷୀଣ ରହିଛି । ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଟୀକା ଆସିପାରେ ଟୀକା ଆଭେଲେବଲ ହେବା ପରେ ଟୀକାକରଣ କରାଯିବ ।

   Related Posts