ନୟାଗଡରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ, ସେପଟେ ୨ ଦିନ ସଟ୍‌ଡାଉନ୍ ପରେ ବଜାରରେ ପ୍ରବଳ ଭିଡ

Published By : Prameya-News7 Bureau | June 07, 2021 IST

ନୟାଗଡ ୭।୬: ସୋମବାରଠାରୁ ନୟାଗଡ ମ୍ୟୁନିସିପାଲିଟିରେ ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବ୍ରଜେନ୍ଦ୍ର ହାଇସ୍କୁଲଠାରେ ୨୦୦ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏହି ଟିକା ନେବା ପାଇଁ ପୂର୍ବରୁ ରେଜିଷ୍ଟ୍ରେସନ୍‌ କରିଥିବା ଲୋକମାନେ ରବିବାର ସନ୍ଧ୍ୟାରେ ସ୍ଲଟ୍‌ ବୁକିଙ୍ଗ୍‌ କରିଥିଲେ । ମାତ୍ର ୧୦ ମିନିଟ୍‌ରେ ୨୦୦ ଲୋକଙ୍କର ସ୍ଲଟ୍ ବୁକିଂ ଶେଷ ହୋଇଯାଇଥିଲା ।

ସହରରେ ପାଖାପାଖି ୪୫ହଜାର ଜନସଂଖ୍ୟା ରହିଥିବାବେଳେ ସେଥିରୁ ପ୍ରାୟ ୧୫,୦୦ ଲୋକ ୧୮ରୁ ୪୪ ବର୍ଷର ରହିଛନ୍ତି । ପରବର୍ତ୍ତି ସମୟରେ ଓ୍ବାର୍ଡ ଅନୁଯାୟୀ ସେଣ୍ଟର କରାଯାଇ ଟିକା ଦିଆଯିବ ବୋଲି ନୋଡାଲ ଅଫିସର ସୂଚନା ଦେଇଛି ।

ସେପଟେ ଦୁଇଦିନ ସଟ୍‌ଡାଉନ୍‌ ପରେ ଏବଂ ସାବିତ୍ରୀ ପାଇଁ ସୋମବାର ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କୋଭିଡ୍‌ ଏବଂ ସଟ୍‌ଡାଉନ୍‌ ନିୟମର ଲୋକମାନେ ଧଜିଆ ଉଡାଇଥିଲେ । ସହରରେ ପୋଲିସ ମୁତୟନ ସହ ଅମାନିଆଙ୍କର ଫାଇନ୍‌ କଟାଯାଇଥିଲେ ମଧ୍ୟ  ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ପାଇଁ ଅସମ୍ଭବ ହୋଇ ପଡିଥିଲା । ସାବିତ୍ରୀ ବ୍ରତ ଆହୁରି ଦୁଇ ଦିନ ଥିବାରୁ ପ୍ରଶାସନ ପକ୍ଷରୁ ବଜାରରେ ନିୟମକୁ କଡାକଡି ନକଲେ ଆକ୍ରାଙ୍କ ସଂଖ୍ୟା ବଢିବା ନିଶ୍ଚିତ ହୋଇଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.