ଅଯୋଧ୍ୟା ରାୟକୁ ନେଇ ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି : କଟକରେ ୧୮ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ ୯।୧୧: ଆଉ କିଛି ସମୟର ଅପେକ୍ଷା । ଆସିବ ପ୍ରିମକୋର୍ଟଙ୍କ ସୁପ୍ରିମ ରାୟ । ଅଯୋଧ୍ୟା ମାମଲାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇବ। ସର୍ବୋଚ୍ଚ ଅଦାଲତ ସକାଳ ୧୦ଟା ୩୦ରେ ନିଜର ରାୟ ଶୁଣାଇବେ।

ଏଥିପାଇଁ ଉତ୍ତରପ୍ରଦେଶ ଛଡ଼ା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ, ଉତ୍ତରରାଖଣ୍ଡ, ତେଲେଙ୍ଗାନା, କର୍ଣ୍ଣାଟକ ପରି ରାଜ୍ୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମଧ୍ୟପ୍ରଦେଶର ସମସ୍ତ ସ୍କୁଲ କଲେଜକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ଭୋପାଳରେ ୧୪୪ ଧାରା ଜାରି କରାଯାଇଛି ।

ତେଲେଙ୍ଗାନାର ହାଇଦ୍ରାବାଦରେ ମଧ୍ୟ କଡ଼ା ପ୍ରହରା ଦେଉଛନ୍ତି ସୁରକ୍ଷାକର୍ମୀ । ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁର ସମସ୍ତ ଜିଲ୍ଲାରୁ କଟକଣା ଉଠାଇ ଦିଆଯାଇଥିଲା । କିନ୍ତୁ ଏହି ରାୟକୁ ଦୃଷ୍ଟିରେ ରଖି ସମସ୍ତ ୧୦ ଜିଲ୍ଲାର ସ୍କୁଲ କଲେଜ ଛୁଟି ଘୋଷଣା ସହିତ ୧୪୪ ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ।

କର୍ଣ୍ଣାଟକରେ ମଧ୍ୟ ସ୍କୁଲ କଲେଜ ଆଜି ବନ୍ଦ ସୁରକ୍ଷା କଡ଼ାକଡ଼ି କରାଯାଇଛି । କେରଳ ଓ ମହାରାଷ୍ଟ୍ରରେ ମଧ୍ୟ ସମାନ ଧରଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଉତ୍ତରାଖଣ୍ଡର ସମସ୍ତ ୧୩ ଜିଲ୍ଲାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ପ୍ରଶାସନ ନିୟୋଜିତ କରିବା ସହିତ ଡେରାଡୁନ, ହରିଦ୍ବାର, ଉଦ୍ଧମ ସିଂହ ନଗର, ନୈନିତାଲ ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ।

ସେହିପରି ଓଡିଶାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଟକ  ସହରରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.