ଲକଡାଉନ୍ ବଦଳାଇ ଦେଇଛି ପରିବହନ ତରିକା: ମହାରାଷ୍ଟ୍ରରୁ କଂକ୍ରିଟ୍ ମିକ୍ସର ଗାଡିରେ ୟୁପି ଯାଉଥିବା ବେଳେ ୧୮ ଶ୍ରମଜୀବୀଙ୍କୁ ଧରିଲା ମଧ୍ୟପ୍ରଦେଶ ପୋଲିସ

Published By : Prameya-News7 Bureau | May 02, 2020 IST

ଇନ୍ଦୋର, ୦୨|୦୫:  ଏକ ସିମେଣ୍ଟ୍ କଂକ୍ରିଟ୍ ମିକ୍ସର ଗାଡିରେ ଲୁଚିକରି ଉତ୍ତର ପ୍ରଦେଶ ଯାଉଥିବା ୧୪ ପ୍ରବାସୀ ଶ୍ରମିକଙ୍କ ସମେତ ୧୮ଜଣଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଟ୍ରାଫିକ୍ ପୋଲିସ ଅଟକ ରଖିଛି । ସେମାନଙ୍କୁ ସେଲଟର୍ ହୋମକୁ ପଠାଇ ଦିଆଯାଇଛି । ଏନେଇ ଇନ୍ଦୋର ଟ୍ରାଫିକ୍ ଏସିପି ଅମିତ କୁମାର ଯାଦବ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଇନ୍ଦୋର ସହରରୁ ୩୫ କିମି ଦୂରରେ ଥିବା ପନ୍ଥ ପିପଲାଇ୍ ଗ୍ରାମରେ ସବୁଦିନ ଭଲି ଶନିବାର ମଧ୍ୟ ଯାଂଚ କରାଯାଉଥିଲା । ଏହି ସମୟରେ ଏକ କଂକ୍ରିଟ୍ ମିକ୍ସର ଟ୍ରକକୁ ଅଟକ ରଖାଯାଇଥିଲା । ସନ୍ଦେହ ହେବାପରେ ମିକ୍ସରର ଦ୍ୱାର ଖୋଲାଯାଇଥିଲା । ଏହା ମଧ୍ୟରେ ଥିବା ୧୮ ଲୋକଙ୍କୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ । ଏଥିରେ ୧୪ଜଣ ପ୍ରବାସୀ ଶ୍ରମିକ ଓ ୪ଜଣ ଟ୍ରକ୍ ମାଲିକଙ୍କ କର୍ମଚାରୀ ରହିଥିଲେ ।

wp:core-embed/twitter {"url":"https://twitter.com/ANI/status/1256502079927058433?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256502079927058433\u0026ref_url=https%3A%2F%2Fwww.livehindustan.com%2Fnational%2Fstory-police-caught-migrant-workers-going-to-up-hiding-in-cement-concrete-mixer-see-video-3188350.html","type":"rich","providerNameSlug":"twitter","className":""}
https://twitter.com/ANI/status/1256502079927058433?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256502079927058433&ref_url=https%3A%2F%2Fwww.livehindustan.com%2Fnational%2Fstory-police-caught-migrant-workers-going-to-up-hiding-in-cement-concrete-mixer-see-video-3188350.html
/wp:core-embed/twitter

ପ୍ରାରମ୍ଭିକ ଯାଂଚରେ ଶ୍ରମିକମାନେ ଉତ୍ତର ପ୍ରଦେଶର ହୋଇଥିବା ସୂଚନା ଦେଇଥିଲେ । ମହାରାଷ୍ଟ୍ରରେ କଳକାରଖାନା ବନ୍ଦ ହୋଇଯିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ସେମାନେ କୌଣସି ପ୍ରକାର ଲକ୍ଷ୍ନୌ ପହଁଚିବାକୁ ଚାହୁଁଥିଲେ । ଏହି ସିମେଣ୍ଟ ମିକ୍ସର ଗାଡି ଶୁକ୍ରବାର ମହାରାଷ୍ଟ୍ରରୁ ଶ୍ରମିକଙ୍କୁ ଧରି ବାହାରିଥିଲା । ଏବେ ସେମାନଙ୍କୁ ସେଲଟର୍ ହୋମ୍ ପଠାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତେବେ ଲକଡାଉନ୍ ଉଲଙ୍ଘନ କରିଥିବାରୁ ଟ୍ରକକୁ ଜବତ କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.