ଋଷ୍‌ର ଉତ୍ତର ସାଇବେରିଆରେ ହେଲି କପ୍ଟର ଦୁର୍ଘଟଣା ; ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | August 04, 2018 IST

ଋଷ୍‌ର ଉତ୍ତର ସାଇବେରିଆରେ ହେଲି କପ୍ଟର ଦୁର୍ଘଟଣା । ୧୮ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ । ଋଷ ପରିବହନ ମନ୍ତ୍ରଣାଳୟ ଏହି ହେଲିକପ୍ଟର ଦୁର୍ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ।ଆଜି ପ୍ରତ୍ୟୁଷରେ ମିଗ୍-୮ ହେଲିକପ୍ଟରଟି ଉତ୍ତର ସାଇବେରିଆର ତୈଳ ଷ୍ଟେସନକୁ ଯିବା ବାଟରେ ଅବତରଣ ସମୟରେ ହିଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଅନ୍ୟଏକ ହେଲିକପ୍ଟରରେ ପରିବହନ ହେଉଥିବା ଯନ୍ତାଂଶ ସହ ମିଗ୍‌-୮ ହେଲିକପ୍ଟରର ଧକ୍କା ହୋଇଥିଲା । ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ୩ ଜଣ କର୍ମଚାରୀ ଏବଂ ୧୫ ଜଣ ଯାତ୍ରୀ ଥିଲେ । ପାଗ ଅବସ୍ଥା ଭଲ ଥିଲା । ଏନ୍ୟ ଏକ ହେଲିକପ୍ଟର ନିରାପଦରେ ଅବତରଣ କରିଥିବା ବେଳେ ଏମ୍-୮ ଅବତରଣ ବେଳେ ହିଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.