କରୋନା ସଙ୍କଟ ନେଇ ବିରୋଧୀଙ୍କ ମେଳି : ଦିଲ୍ଲୀରେ ଏକାଠି ହେବେ ୧୮ଟି ରାଜନୈତିକ ଦଳର ନେତା

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨।୫: କରୋନା ସଙ୍କଟ ନେଇ ଶୁକ୍ରବାର ବିରୋଧୀ ଦଳଙ୍କ ମେଳି । ଶୁକ୍ରବାର ଅପରାହ୍ନ ୩ଟାରେ ଦିଲ୍ଲୀରେ ୧୮ଟି ରାଜନୈତିକ ଦଳର ନେତାଏ ଏକାଠି ହୋଇ କରୋନା ସଙ୍କଟ ନେଇ ଆଲୋଚନା କରିବେ ।

ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନସିପି ନେତା ଶରଦ ପାୱାର, ଡିଏମକ ନେତା ଏମ.କେ. ଷ୍ଟାଲିନ ସମେତ ୧୮ଟି ରାଜନୈତିକ ଦଳର ନେତା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ବୈଠକର ଅଧ୍ୟକ୍ଷତା କରିବେ। କଂଗ୍ରେସ ପକ୍ଷରୁ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଏ.କେ. ଆଣ୍ଟୋନୀ ଏଥିରେ ସାମିଲ ହେବେ । ଟିଏମସିର ଡେରେକ ଓବ୍ରିଏନ ମଧ୍ୟ ବୈଠକରେ ସାମିଲ ହେବେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କରୋନା ମହାମାରୀ ଏବଂ ଏହାର ମୁକାବିଲା ପାଇଁ ମୋଦି ସରକାର ନେଇଥିବା ଲକ୍ ଡାଉନ୍ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇପାରେ । ଏଥିସହିତ କରୋନା ବିରୋଧରେ ଲଢେଇରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ସରକାରଙ୍କ ସହିତ ଯେଉଁଭଳି ଆଚରଣ  ପ୍ରଦର୍ଶନ କରୁଛନ୍ତି ସେନେଇ ମଧ୍ୟ ଆଲୋଚନା ହେବ । ବିରୋଧୀଙ୍କ ଏହି ବୈଠକରେ ଆମ୍ ଆଦମୀ ପାର୍ଟି ସାମିଲ ହେବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.