Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଙ୍କଡ କାମୁଡାରେ ୧୮ଜଣ ଆହତ

10/04/2019 at 4:07 PM

ନିଶ୍ଚିତକୋଇଲି ୧୦|୪ : କଟକ ଜିଲ୍ଲା ନେମାଳ ଥାନା ଅଲାରି ଗାଁରେ ମାଙ୍କଡ଼ ଆତଙ୍କ । ମାଙ୍କଡ କାମୁଡ଼ାରେ ୧୮ଜଣ ଗୁରୁତର ହୋଇଛନ୍ତି । ଗତ ଏକମାସ ହେବ ଏଠାରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଲୋକଙ୍କୁ ମାଙ୍କଡ ଗୋଡାଇ ଗୋଡାଇ ଆକ୍ରମଣ କରୁଛନ୍ତି । ଏଥିରେ  ୧୮ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ବାବଦରେ ସ୍ଥାନୀୟ ବାସିନ୍ଦା ନେମାଳ ପୋଲିସ, ବନବିଭାଗକୁ ଜଣାଇଥିଲେ । ବନବିଭାଗ କର୍ମଚାରୀ ଆସି ମାଙ୍କଡ଼ ମାନଙ୍କୁ ଜାଲ ବସାଇ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମାଙ୍କଡ଼ ଧରା ପଡ଼ିନାହିଁ । ଅଂଚଳବାସୀ ଭୟରେ ଘରୁ ପଦାକୁ ବହାରିପାରୁ ନଥିବା ବେଳେ  ଛାତ୍ରଛାତ୍ରୀମାନେ ସ୍କୁଲ ମଧ୍ୟ ଯାଇପାରୁନାହାନ୍ତି । ତୁରନ୍ତ ପ୍ରଶାସନ ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

   Related Posts