ମହଙ୍ଗା ହେବ ରେଡି-ଟୁ-ଇଟ୍ ପପକର୍ନ, ଲାଗିବ ୧୮ ପ୍ରତିଶତ ଜିଏସଟି

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬/୦୬ : ବର୍ତ୍ତମାନ ଆପଣଙ୍କୁ ରେଡି ଟୁ ଇଟ ପପକର୍ନ ପାଇଁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ | ଅଥୋରିଟି ଅଫ ଆଡ଼ଭାନ୍ସ ରୁଲିଂ (ଏଏଆର) ଗୁଜରାଟ ବେଞ୍ଚ କହିଛନ୍ତି ଯେ ରେଡି ଟୁ ଇଟ ପପକର୍ନ ତିଆରି କରିବା ପାଇଁ ମକାକୁ ଗରମ କରି ସେଥିରେ ଲୁଣ ଏବଂ ଅନ୍ୟ ସାମଗ୍ରୀ ମିଶାଇ ପ୍ରସ୍ତୁତ କରାଯାଇଥାଏ | ବର୍ତ୍ତମାନ ଏଥିରେ ୧୮ ପ୍ରତିଶତ ଜିଏସଟି ଲଗାଇବାକୁ କୁହାଯାଇଛି | ପପକର୍ନ ତିଆରି କରୁଥିବା ଏକ କମ୍ପାନୀ ଜୟ ଜଳରାମ ଇଣ୍ଟରପ୍ରାଇଜର ଆବେଦନର ଶୁଣାଣିରେ ଏଏଆର ଗୁଜରାଟ ବେଞ୍ଚଙ୍କ ଏହି ନିଷ୍ପତ୍ତି ନେଇଛନ୍ତି | ନିକଟରେ କର୍ଣ୍ଣାଟକର ଏକ କମ୍ପାନୀ ଆବେଦନ କରିଥିଲେ ଯେ ପରଠାକୁ ମଧ୍ୟ ଖାଖରା, ଚପାତି ଅନ୍ତର୍ଭୁକ୍ତ କରାଯାଉ ଏବଂ ୫ ପ୍ରତିଶତ ଜିଏସଟି ଲଗାଯାଉ |

{"id":291906,"sizeSlug":"large"}

ଏଏଆର ଯେଉଁ ପରଠା ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇବାକୁ କହିଥିଲେ ତାହା ରେଡି-ଟୁ-କୁକ ଏବଂ ପ୍ୟାକେଟ ବନ୍ଦ ପରଠା | ଏହାକୁ ଖାଇବା ପୂର୍ବରୁ ଗରମ କରିବାକୁ ପଡିଥାଏ | ଜିଏସଟି ସହିତ ଏହି ମାମଲାରେ ବର୍ତମାନ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା ରହିଛି |

ସୂଚନାଯୋଗ୍ୟ ଯେ, ଏକ କମ୍ପାନୀ ପ୍ଲାଷ୍ଟିକ ପ୍ୟାକେଟରେ ରେଜିଷ୍ଟର ବ୍ରାଣ୍ଡ ନେମ ସହ ପପକର୍ନ ବିକ୍ରି କରନ୍ତି | କମ୍ପାନୀ ନିଜ ପକ୍ଷ ରଖି କହିଛି ଯେ ଏହା ସାମାନ୍ୟ ମକା ଦାନା ଯାହା ଶସ୍ୟ ଜାତୀୟ | ସେଥିପାଇଁ ଏଥିରେ ୫ ପ୍ରତିଶତ ଜିଏସଟି ଲାଗିବା ଉଚିତ |

{"id":291907,"sizeSlug":"large"}

ଏଏଆର ଗୁଜରାଟ ବେଞ୍ଚ ସେଣ୍ଟ୍ରାଲ ସେଲ୍ସ ଟ୍ୟାକ୍ସ ଆକ୍ଟରେ ସୁପ୍ରିମକୋର୍ଟ ପୁରୁଣା ନିଷ୍ପତ୍ତି ଆଧାରରେ ଏହି ନିଷ୍ପତ୍ତି ଶୁଣାଇଥିଲେ | ଆବେଦନ କରିଥିବା କମ୍ପାନୀ ଦଲିଲ ରଖିଥିଲା ଯେ ମକା ଦାନାକୁ ଗରମ କରିବା ପରେ ମଧ୍ୟ ଏହାର ମୂଳ ଗୁଣ ବଦଳି ନଥାଏ |

ଏହାସହ, ଏଥିରେ ତେଲ, ଲୁଣ, ହଳଦୀ ଏବଂ ଅନ୍ୟ ମସଲା ବହୁତ କମ ମାତ୍ରାରେ ବ୍ୟବହୃତ ହୋଇଥାଏ | କିନ୍ତୁ ଏହି ମାମଲାରେ ଏଏଆର କହିବାନୁଯାୟୀ ପପକର୍ନ  ଭାଜିବା ପରେ ରେଡି ଟୁ ଇଟ କାଟାଗୋରିକୁ ଯାଇଥାଏ | ସେଥିପାଇଁ ଏଥିରେ ୧୮ ପ୍ରତିଶତ ଜିଏସଟି ଲାଗିବା ଉଚିତ |

{"id":291909,"sizeSlug":"large"}

କିଛି ଦିନ ପୂର୍ବରୁ ଏଏଆର କର୍ଣ୍ଣାଟକ ବେଞ୍ଚ ଏହିଭଳି ଏକ ଫଇସଲା କରିଥିଲେ | ଏଏଆର ପରଠାକୁ ୧୮ ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ କରିଥିଲେ ଏବଂ କହିଥିଲେ ଯେ ଏହା ରୁଟି ଠାରୁ ଅଲଗା |

ରୁଟି ଉପରେ ୫ ପ୍ରତିଶତ ଜିଏସଟି ଲାଗିଥାଏ | କର୍ଣ୍ଣାଟକ ବେଞ୍ଚ କହିଥିଲେ ଯେ ରୁଟି କିମ୍ବା ପୁରି ଖାଇବା ପାଇଁ ପ୍ରସ୍ତୁତ ହୋଇଥାଏ | କିନ୍ତୁ ପରଠାକୁ ଗରମ କରିବାକୁ ପଡିଥାଏ | ସେଥିପାଇଁ ଏଥିରେ ୧୮ ପ୍ରତିଶତ ଜିଏସଟି ଲାଗିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.