ଉଡାଣ ଭରିବାର ୫ମିନିଟ୍ ପରେ ବିମାନ ଦୁର୍ଘଟଣା, ୧୮ ମୃତ
3/01/2020 at 10:19 AM

ସୁଡାନ ୦୩।୦୧: ସୁଡାନରେ ପଶ୍ଚିମ ଦାରର୍ଫୁରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ଘଟିଛି । ବିମାନଟି ଉଡାଣ କରିବାର ପାଞ୍ଚ ମିନିଟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଅଲ ଜିନିନା ବିମାନ ବନ୍ଦରରୁ ଗୁରୁବାର ରାତିରେ ସୈନ୍ୟ ବିମାନଟି ଉଡାଣ ଭରିଥିଲା ।କିନ୍ତୁ ଉଡାଣ ଭରିବାର ୫ମିନିଟ ଭିତରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବିମାନରେ ଥିବା ୧୮ଜଣଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହାର ଅନୁଧ୍ୟାନ ଚାଲିଛି । ଘଟଣାର ସବିଶେଷ ତଥ୍ୟ ଆସିବା ପରେ ଦୁର୍ଘଟଣାର ମୁଖ୍ୟ କାରଣ ଜଣାପଡିବ ବୋଲି ଜଣେ ସୈନ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
Related Posts
ନୋ-ବଲ୍କୁ ନେଇ ଗଣ୍ଡଗୋଳ, ଯୁବକଙ୍କ କାନ କାଟିଦେଲେ ସାଥି ଖେଳାଳି
28 January 2021
ପୋଲିସ ଆକ୍ସନ ଭୟ, ସୀମାରେ ରାତି ସାରା ଅନିଦ୍ରା ରହିଲେ ଚାଷୀ
28 January 2021