Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ; ୧୮ଜଣଙ୍କର ମୃତ୍ୟୁ

14/08/2018 at 4:52 AM

ହିମାଚଳ ପ୍ରଦେଶ ୧୪/୮ : କେରଳରେ ତାଣ୍ଡବ ରଚାଇବା ପରେ ଏବେ ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା ବିତ୍ପାତ। ଲଗାଣ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେତୁ ରାଜ୍ୟବ୍ୟାପୀ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ମଧ୍ୟ ଆହତ ହୋଇଛନ୍ତି । ଲଗାଣ ବର୍ଷା ହେତୁ ଅନେକ ଜାତୀୟ ରାଜପଥରେ ଯାତାୟାତ ଓ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଚଣ୍ଡିଗଡ଼-ସିମଲା ରାଜପଥକୁ ବିଭିନ୍ନ ସ୍ଥାନରେ ବନ୍ଦ କରି ଦିଆଯାଇଛି। କାଲକା-ସିମଲା ରେଳପଥରେ ମଧ୍ୟ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ଟ୍ରେନ୍ ଗୁଡ଼ିକୁ ବାତିଲ୍ କରି ଦିଆଯାଇଛି । କିନୌରରେ ରିସ୍ପା ପୋଲ ଭୁଶୁଡ଼ି ଭାସି ଯାଇଛି । ଆଜି ମଧ୍ୟ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

   Related Posts