ନୂଆଦିଲ୍ଲୀ ୧୨/୦୧: ବିବାହାକୁ ପୂରିଥିଲା ମାତ୍ର ୧୮ ଦିନ। ସ୍ବାମୀ ସହ ସଂସାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ନବବଧୂ। କିନ୍ତୁ ୧୮ ଦିନ ସ୍ବାମୀଙ୍କ ସହ ରହିବା ପରେ ନିଜ ପ୍ରେମିକଙ୍କ ସହ ଛୁ ମାରିଲେ ପତ୍ନୀ। ବିବାହ ପରବର୍ତ୍ତୀ ପ୍ରଥା ଅନୁଯାୟୀ ବାପ ଘରକୁ ଯାଇଥିବା ବେଳେ ନବବଧୂ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଏନେଇ ପୂର୍ବ ଯୋଜନା ମୁତାବକ ବିବାହ ପାଇଁ ଶ୍ବଶୁର ଘରକୁ ନେଇଥିବା ସମସ୍ତ ଗହଣାଗାଣ୍ଠି ମଧ୍ୟ ନେଇଯାଇଛନ୍ତି।
ଘଟଣାଟି ମଧ୍ୟପ୍ରଦେଶର ଛତ୍ରପୂର ଜିଲ୍ଲାରେ ଘଟିଛି। ୨୦ ବର୍ଷୀୟ ଯୁବତୀ ମୁର୍ତ୍ତି ରାଇକ୍ବାର ଉତ୍ତରପ୍ରଦେଶର ଜାଲୁନର ରାହୁଲଙ୍କୁ ଡିସେମ୍ବର ୬ରେ ବିବାହ କରିଥିଲେ। ଡିସେମ୍ବର ୨୪ରେ ନିଜ ପ୍ରେମିକ ଭଜୁ ଯାଦବଙ୍କ ସହ ଫେରାର ହୋଇଥିଲେ ରାଇକ୍ବାର। ତେବେ ଏନେଇ ଜଣାପଡ଼ିବା ପରେ ନବବଧୂଙ୍କ ପରିବାର ଲୋକେ ଥାନରେ ଅଭିଯୋଗ କରିଥିଲେ। ସମସ୍ତ ଘଟଣା ଛତ୍ରପୁର ଜିଲ୍ଲାର ଛରଓ୍ବାରୀ ଗାଁରେ ଘଟିଛି।
ଝିଅ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏବେ ଛାନଭିନ୍ ଚଳାଇଛି। ଫେରାର ପ୍ରେମୀଯୁଗଳଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି। ଅନ୍ୟପଟେ ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ଘଟଣା ଜାଣିବା ପରେ ରାହୁଲଙ୍କ ରାଗ ପଞ୍ଚମରେ ପହଞ୍ଚିଛି । ଏନେଇ ସେ ନିଜ ଶ୍ବଶୁର ଘରେ ପହଞ୍ଚି ଉତ୍ପାତ କରିଥିବା ବି ଜଣାପଡ଼ିଛି।