ଟାଟା ମ୍ୟାଜିକ୍‌କୁ ଲାଗିଲା ୧୭,୫୦୦ଟଙ୍କାର ଫାଇନ୍

Published By : Prameya-News7 Bureau | February 15, 2020 IST

ଭଦ୍ରକ ୧୫।୦୨:  ଭଦ୍ରକ RTO ପକ୍ଷରୁ ପୁଣି ବଡ ଧରଣର ଫାଇନ୍ ଆଦାୟ ହୋଇଛି । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକକୁ ଗାଡିକୁ ବଡ଼ ଧରଣର ଫାଇନ ଲାଗିଛି l  ଟାଟା ମ୍ୟାଜିକ ଗାଡିକୁ ୧୭,୫୦୦ଟଙ୍କା ଫାଇନ୍‌ ଲଗାଇଛି ଭଦ୍ରକ RTO

{"id":224813,"sizeSlug":"large"}

ସୂଚନାଯୋଗ୍ୟ ଯେ, ଟାଟା ମ୍ୟାଜିକ (OR-22E-4065) ଗାଡି ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ବେସରକାରୀ ଇଂଲିଶ ମିଡ଼ିଅମ ସ୍କୁଲକୁ ଯାଉଥିଲା l ଏହି ସମୟରେ RTO କର୍ମଚାରୀ ଓ ଗ୍ରାମାଞ୍ଚଳ ପୋଲିସର ମିଳିତ ଚଢ଼ାଉ କରି ଗାଡ଼ିଟିକୁ ଅଟକାଇଥିଲେ l ପ୍ରଥମେ ସ୍କୁଲ ସମ୍ମୁଖରେ ପିଲାଙ୍କୁ ଓହ୍ଲାଇ ସ୍କୁଲ ଯିବାକୁ ଦେଇଥିଲେ l ପରେ ଗାଡିର ସମସ୍ତ କାଗଜ ପତ୍ର ଯାଞ୍ଚ କରି ୧୭୫୦୦ଟଙ୍କା ଫାଇନ୍ ଲଗାଇଥିଲେ l

{"id":224814,"sizeSlug":"large"}

ଯାଞ୍ଚ ସମୟରେ ଜଣାପଡିଥିଲା ଗାଡିର ଇନ୍ସୁରାନ୍ସ, ଭ୍ୟାଲିଡ଼ ପରମିଟ, ସ୍କୁଲ ପିଲାଙ୍କୁ ନେବାର ଉପଯୁକ୍ତ ନିରାପଦ ବ୍ୟବସ୍ଥା ନଥିବା ସହିତ ଅନ୍ୟ କାଗଜପତ୍ର ମଧ୍ୟ ନଥିବାର ଦେଖିବାକୁ ମିଳିଥିଲା l ଏ ନେଇ RTO ପକ୍ଷରୁ ଫାଇନ କାଟିବା ସହ ଉକ୍ତ ଗାଡ଼ି ଟିକୁ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରାଯାଇଥିଲା । ତେବେ ଆସନ୍ତୁ ଜାଣିବା କେଉଁ ବାବଦରୁ କେତେ ଫାଇନ୍ ଲାଗିଛି- ପରମିଟ ନଥିବାରୁ  ୧୦, ୦୦୦ ଟଙ୍କା , ଫିଟନେସ ନଥିବା ପାଇଁ ୫୦୦୦ ଟଙ୍କା , ଇନ୍ସୁରାନ୍ସ ପାଇଁ ୨୦୦୦ ଟଙ୍କା  ଓ ଅନ୍ୟାନ୍ୟ ବାବଦକୁ ୫୦୦ ଟଙ୍କା ଫାଇନ ହୋଇଛି । ସମୁଦାୟ  ୧୭,୫୦୦ ଟଙ୍କା ଫାଇନ୍‌ ଲଗାଇଛନ୍ତି ଭଦ୍ରକ ଆରଟିଓ ।

{"id":224815,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.