ଦୁବାଇରୁ ସ୍ବତନ୍ତ୍ର ବିମାନ ଯୋଗେ ଆସିବେ ୧୭୯ ଜଣ ପ୍ରବାସୀ ଓଡ଼ିଆ

Published By : Prameya-News7 Bureau | May 12, 2020 IST

ଭୁବନେଶ୍ବର୧୨/୫: ୧୭୯ ଜଣ ଯାତ୍ରଙ୍କୁ ନେ଼ଇ ଦୁବାଇରୁ ବାହାରିବା ସ୍ୱତନ୍ତ୍ର ବିମାନ। ଆସନ୍ତା ୧୪ ତାରିଖରେ ଆବୁଧାବିରୁ ସିଧସଳଖ ଆସି ଭୁବନେଶ୍ୱରରେ ପହଞ୍ଚିବ। କରୋନା ମହାମାରୀ ସମୟରେ ଫସି ଥିବା ଓଡିଆଙ୍କ ପାଇଁ ବନ୍ଦେ ଭାରତ ମିଶନ ଜରିଆରେ ଏହି ସ୍ୱତନ୍ତ୍ର ବିମାନରେର ବ୍ୟବସ୍ଥା କରାଯାଇଛି। ଏହା ସହ ପ୍ରଥମ ଥର ପାଇଁ କୌଣସି ବିମାନ ସିଧାସଳଖ ଦୁବାଇରୁ ଓଡ଼ିଶା ଆସୁଛି।

ଦୁବାଇରୁ ଓଡ଼ିଶା ଆସୁଥିବା ଏହି ଐତିହାସିକ ବିମାନ ଆସନ୍ତା ୧୪ ତାରିଖରେ ଆବୁଧାବିରୁ ବାହାରିବ। ଦୁବାଇର ବିଭିନ୍ନ ସଂସ୍ଥାରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ କାମ କରୁଛନ୍ତି। ତେବେ ମହାମାରୀ କରୋନା ଫଳରେ ଏବେ ଅନେକ ଓଡ଼ିଆଙ୍କ ଚାକିରି ଚାଲି ଯାଇଛି। ଅନେକଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଗତି କରୁଛି। ଦୁବାଇରୁ ଓଡ଼ିଶା ଫେରିବା ପାଇଁ ଅନେକ ଦିନରୁ ସେଠାରେ ଫସିଥିବା ଲୋକେ ଅନୁରୋଧ କରୁଥିଲେ। ଓଡ଼ିଶା ଫେରିବା ପାଇଁ ପାଖାପାଖି ୩୦୦ ରୁ ଅଧିକ ଓଡ଼ିଆ ପଞ୍ଜିକରଣ କରିଥିବା ଜଣା ପଡ଼ିଛି।ତେବେ ପ୍ରଥମ ପର୍ଯ୍ୟାୟରେ ୧୭୯ ଜଣ ଓଡ଼ିଆଙ୍କୁ ଓଡ଼ିଶା ପଠାଯିବ। ଗର୍ଭବତୀ, ମହିଳା, ବୃଦ୍ଧ ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକତା ଦିଆଯାଇଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସେମାନଙ୍କୁ ଆଣିବ ପାଇଁ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନେକ ଧନ୍ୟବାଦ୍ ଜଣାଇଛନ୍ତି

ଦୁବାଇରେ ଫସିଥିବା ଓଡିଆଙ୍କ ଘର ବାହୁଡ଼ା ପାଇଁ ଅନେକ ଦିନରୁ ପ୍ରୟାସ ଆରମ୍ଭ କରୁଥିଲା ସେଠାରେ ଥିବା ଓଡ଼ିଆ ସମାଜ। ରାଜ୍ୟ ସରକାର ତଥା କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ସହ ଯୋଗା ଯୋଗ କରି ସେଥିରେ ଫସିଥିବା ଓଡ଼ିଆଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହ ଦୁବାଇ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗା ଯୋଗ କରି ଲୋକଙ୍କ ପଞ୍ଜିକରଣ କରିବାରେ ସହଯୋଗ କରିଛି ଓଡ଼ିଶା ସମାଜ। ଓଡ଼ିଶାକୁ ସିଧାସଳଖ ବିମାନ ଉଡାଣ କରି ଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଅନେକ ଧନ୍ୟବାଦ୍ ଜଣାଇଛନ୍ତି ଓଡ଼ିଆ ସମାଜ ୟୁଏଇର କର୍ମକର୍ତ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.