ଗଞ୍ଜାମରେ ଆଉ ୧୭୯କରୋନା ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | August 24, 2020 IST

ବ୍ରହ୍ମପୁର  ୨୪।୦୮: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହିପ୍ରରିପେକ୍ଷୀରେ ଆଜି ଗଞାମ ଜିଲ୍ଲାରେ ପୁଣି  ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଆଜି ଚିହ୍ନଟ ହୋଇଥିବା ୧୭୯ଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୫୨୮ରେ ପହିଞ୍ଚିଛି । ସେହିପରି ଆଜି ମୃତ୍ୟୁବରଣ କରିଥିବା ୫ଜଣଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୭୯ରେ ପହଞ୍ଚିଛି । ଜିଲ୍ଲାରେ ମୋଟ୧୪,୪୪୪ ଜଣ ସୁସ୍ଥ ହୋଇଥିବା ବେଳେ ୧୮୯୭ ଆକ୍ଟିଭ୍ ଥିବା ସୂଚନା ମିଳିଛି । ଏଭଳି ସଂଗୀନ୍ ପରିସ୍ଥିତିରେ କରୋନା ମହାମାରୀକୁ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.