Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ-୧୯ ଭାକସିନ୍ ବାହାର କରିବ କିଏ ? ୧୭୨ ଦେଶ ଗବେଷଣାରେ ଲାଗିଥିବା ତଥ୍ୟ ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

24/08/2020 at 8:16 PM

ନୂଆଦିଲ୍ଲୀ, ୨୪|୦୮:  ସାରା ବିଶ୍ୱ କରୋନା ଭାଇରସର ଭାକସିନ୍ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଭିନ୍ନ ଦେଶର ବୈଜ୍ଞାନିକ ଭାକସିନ୍ ପାଇଁ ଦିନରାତି ଏକ୍ କରିଦେଇଛନ୍ତି ।୧୭୨ଟି ଦେଶ କରୋନା ଭାକସିନ୍ କୋଭାକ୍ସ ବିକଶିତ କରିବାରେ ଲାଗିଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ତେବେ ଅର୍ଥର ଆବଶ୍ୟକତା ଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଡବ୍ଲ୍ୟୁଏଚଓ ନିର୍ଦ୍ଦେଶକ ଟେଡ୍ରୋସ୍ ଆଦାନମ ଘେବ୍ରେୟେସସ୍ କହିଛନ୍ତି ଯେ, ଯେଉଁ ଦେଶମାନେ କରୋନା ଭାକସିନ୍ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡିବେ ସେମାନେ ଅଗଷ୍ଟ ୩୧ ସୁଦ୍ଧା ସୂଚନା ଦେବେ । ସେମାନଙ୍କୁ ସେପ୍ଟେମ୍ବର ୧୮ ସୁଦ୍ଧା କନଫରମେସନ୍ ମିଳିବ । ଅକ୍ଟୋବର ୯ସୁଦ୍ଧା ଆର୍ଥିକ ସାହାଯ୍ୟ କରାଯିବ ।

ଏହାସହ ସେ କହିଛନ୍ତି ଯେ, କରୋନା ମୁକାବିଲା ସହଜ ନୁହେଁ । ଭାକସିନ୍ କିମ୍ବା ଭାକସିନ୍ ପ୍ରସ୍ତୁତ କରିବା ଯେତିକି ଜରୁରୀ ଏହାର ଦାମ୍ ଯେପରି କମ୍ ରହେ ସେନେଇ ମଧ୍ୟ ଧ୍ୟାନ ଦେବାକୁ ପଡିବ । ସାରା ଦେଶରେ ଟିକାକରଣ ହେଲେ ହିଁ କରୋନାକୁ ମାତ୍ ଦେଇ ହେବ ।

ସୂଚନାଯୋଗ୍ୟ, କୋଭାକ୍ସ ବିକଶିତ ଦିଗରେ ଡବ୍ଲ୍ୟୁଏଚଓ ସହ ସିଇପିଆଇ ମିଳିତ ଭାବେ କାମ କରୁଛନ୍ତି । ଏହି ଭାକସିନ୍ ସଫଳ ହେଲେ ସମସ୍ତ ଦେଶକୁ ଯୋଗାଇ ଦିଆଯିବ । ୨୦୨୧ ସୁଦ୍ଧା ଭାକସିନ୍‌ର ୨ ବିଲିୟନ ଡୋଜ୍ ପ୍ରସ୍ତୁତ କରାଯିବା ନେଇ ଲକ୍ଷ୍ୟ ରହିଛି ।

   Related Posts