ରାଜଧାନୀରେ ବଢୁଛି କରୋନା ସଂକ୍ରମଣ, ଆଜି ଚିହ୍ନଟ ହେଲେ ୧୭୧ ଆକ୍ରାନ୍ତ, ସୁସ୍ଥ ହୋଇ ଘରକୁ ଫେରିଲେ ୫୩

Published By : Prameya-News7 Bureau | April 10, 2021 IST

ଭୁବନେଶ୍ଵର ୧୦।୦୪: ଦେଶ ସହିତ ଓଡିଶାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସହ ତାଳ ଦେଇ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଭୁବନେଶ୍ଵର ମହାନଗର ଅଞ୍ଚଳରେ ଆଉ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୩୬୪କୁ ବୃଦଯଦି ଘଟିଛି। ଅନ୍ୟପଟେ ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର କର୍ତ୍ତୃପକ୍ଷ ଶନିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛନ୍ତି।

wp:html /wp:html

ବିଏମସି ଅନୁଯାୟୀ ମୋଟ୍ ୧୭୧ ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ଅଛନ୍ତି। ଖଣ୍ଡଗିରିରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡେଲଟା ଛକରୁ ୧୧, ବିଜେବି ନଗରରୁ ୮, ପଟିଆରୁ ୬, ପୁରୁଣା ଭୁବନେଶ୍ଵରରୁ ୬, ଚନ୍ଦ୍ରଶେଖରପୁରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜିର ୧୭୧କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୩୬୪କୁ ବୃଦ୍ଧି ଘଟିଛି। ଏଥିରୁ ୩୨,୨୧୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂପ୍ରତି ଆକ୍ଟିଭ୍ କେସ ସଂଖ୍ୟା ୮୮୩ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.