କଳାହାଣ୍ଡିରୁ ୧୭ ହଜାର ଜାଲ ନୋଟ ଜବତ; ୨ ଗିରଫ

Published By : Prameya-News7 Bureau | September 21, 2018 IST

କଳାହାଣ୍ଡି ୨୧/୯ : କଳାହାଣ୍ଡିରୁ ୩୪ ଖଣ୍ଡ ୫୦୦ ଟଙ୍କିଆ ଜାଲ ନୋଟ ଜବତ ହୋଇଛି । ମୋଟ ୧୭,୦୦୦ ଟଙ୍କାର ଜାଲ ନୋଟ ଜବତ କରିଛି ଧର୍ମଗଡ ପୋଲିସ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ମଦ କିଣି ବଦଳାଉଥିବା ବେଳେ ଧରାପଡିବା ପରେ ଅଭିଯୋଗ ଆଧାରରେ ଧର୍ମଗଡ ପୋଲିସର ଝାନଭିନରେ ଏହି ଜାଳି ନୋଟ କାରବାରର ପର୍ଦ୍ଦ।ଫାସ ହୋଇଛି । ଅଭିଯୁକ୍ତ ୨ ଜଣ ଧର୍ମଗଡ ସବ ଡିଭିଜନର କୁଟ୍ରଗାଁର ରାଜେନ୍ଦ୍ର ଭୋଇ ଓ ଗଡିଆଜୋର ଗାଁର କୁଲମଣୀ ନାଏକ । ବିଶେଷ କରି ଗ୍ରାମଚଂଳରେ ଜାଲ ନୋଟ ବଦଳରେ ସାମଗ୍ରୀ କିଣାଯାଇଥାଏ । ସପ୍ତାହିକ ବଜାରରେ ମେଣ୍ଡା କିଣି ଜାଲ ନୋଟ ମିଳିଥିବା ଅଭିଯୁକ୍ତ ବୟାନ ଦେଉଥିବା ବଳେ ଜାଲ ନୋଟ ବିକ୍ରୀ କରାଯାଉଥିବା ଜଣାପଡିଛି । ଟିପିଗୁଡା ଗାଁରେ ମଦ କିଣି ଟଙ୍କା ଦେଇ ଜାଲ ଟଙ୍କା ଜଣାପଡିବା ପରେ ଧର୍ମଗଡ ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସର ତଦନ୍ତରେ ଏହି ୨ ଅଭିଯୁକ୍ତ ଜାଲ ନୋଟ କାରବାର ରେ ସଂପୃକ୍ତି ତଥା ଜାଲ ନୋଟ ଗ୍ରାମଚଂଳ ରେ ବିକ୍ରୀ କରୁଥିବା ଜଣାପଡିଛି । ପୋଲିସ ଆହୁରି ଛାନଭିନ କରୁଛି । ଆଜି ଧର୍ମଗଡ ଏସ.ଡି.ପିଓ ଧର୍ମଗଡରେ ଅୟୋଜିତ ସମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.