Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

୧୭ ଶହ ହିତାଧିକାରୀଙ୍କୁ ଚୂନ ମାରିଲେ ବିତରକ: କିରୋସିନ୍ ଲିଟର ପିଛା ୧୫ ଜାଗାରେ ନେଲେ ୩୦ ଟଙ୍କା

21/05/2020 at 4:26 PM

 ବୌଦ୍ଧ୨୧/୫: କିରୋସିନ୍‌ର ଧାର୍ଯ୍ୟ ମୂଲ୍ୟଠାରୁ ଦୁଇଗୁଣା ଚଢ଼ା ଦରରେ ହିତାଧିକାରୀଙ୍କୁ ବିକ୍ରି କରାଯାଉଛି ।ଏହି ଟଙ୍କାରେ ମାଲାମାଲ ହେଉଛନ୍ତି ସରପଞ୍ଚ। ତାହା ପୁଣି ଲକଡାଉନ୍‌ ସମୟରେ। ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତରେ ଏଭଳି ଦୁର୍ନୀତି ସାମ୍ନାକୁ ଆସିଛି। ଆଉ ଏହି ଠକାମୀର ଶିକାର ହୋଇଛନ୍ତି ପ୍ରାୟ ୧୭ ଶହରୁ ଉର୍ଦ୍ଧ୍ବ ହିତାଧିକାରୀ। ହିତାଧିକାରୀଙ୍କ ପ୍ରାପ୍ୟକୁ ଖୋଲମ୍ ଖୋଲା ଲୁଟିଥିବାର ପ୍ରମାଣ ରହିଛି।

ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତରେ କିରାସିନ୍ ବିତରଣ କେନ୍ଦ୍ରରେ ହିତାଧିକାରୀମାନଙ୍କଠାରୁ ଖୁଲାମଖୁଲା ଲୁଟୁଛନ୍ତି ବିତରକ। ତେବେ ବର୍ତ୍ତମାନ କିରୋସିନ୍ ଲିଟର ପିଛା ୧୫ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ହିତାଧିକାରୀଙ୍କଠାରୁ ୩୦ ଟଙ୍କା ନେଉଛନ୍ତି। କେହି ଯଦି ପ୍ରଶ୍ନ କରୁଛନ୍ତି ପୁଣି ନାଲି ଆଖି ଦେଖାଉଛନ୍ତି ବିତରକ। ଏନେଇ ପଞ୍ଚାୟତର ତେନ୍ତୁଳିପାଲି ଗ୍ରାମର ହିତାଧିକାରୀମାନେ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବୌଦ୍ଧ ପ୍ରଶାସନ ତରଫରୁ କିରାସିନ୍ ଲିଟର ପିଛା କିଣା ଦର ୧୩ ଟଙ୍କା ୫୦ ପଇସା ରହିଛି। ବିତରକ ଲାଭ ତଥା ଟ୍ରାନ୍ସପୋର୍ଟ ବାବଦକୁ ଆହୁରି ୧ ଟଙ୍କା ୫୦ ପଇସା ବଢାଇପାରିବେ। ହେଲେ ହିତାଧିକାରୀମାନଙ୍କୁ ଲିଟର ପିଛା ୧୫ ଟଙ୍କା ଦେଇ କିଣିବାକୁ ପଡିବ। ହେଲେ ବହିରା ପଂଚାୟତରେ ଲିଟର ପିଛା ୩୦ ଟଙ୍କା କାହିଁକି ଦେବେ ହିତାଧିକାରୀ। ହିସାବ  ଜାଣନ୍ତୁ, ଗୋଟିଏ ଥର କିରାସିନ ବିକ୍ରି କଲେ ହିତାଧିକାରୀଙ୍କ ଦେଉଥିବା ଅଧିକ ୧୫ ଟଙ୍କା ହିସାବରେ କେତେ ଟଙ୍କା ସରପଞ୍ଚଙ୍କ ପକେଟକୁ ଯାଉଛି। ବହିରା ପଂଚାୟତରେ ୧୫ ଟି ଗାଁର ୧୩ଟି ୱାର୍ଡ ରହିଛି।

ଏହି ୧୩ଟି ୱାର୍ଡରେ ୧୭୦୦ ହିତାଧିକାରୀ। ତେଣୁ ଲିଟର ପିଛା ୧୫ ଟଙ୍କା ହେଲେ ୨୫,୫୦୦ ଟଙ୍କା। କରୋନା ପାଇଁ ବର୍ତ୍ତମାନ ଦେଶରେ ଲକଡାଉନ ଚାଲିଛି। କଳା ବଜାରି ଉପରେ ରୋକ ଲଗାଇ ଗରିବ ହିତାଧିକାରୀମାନଙ୍କୁ ସୁଲଭ ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଇଦେବା ପାଇଁ ସରକାର କଡ଼ା ନିର୍ଦେଶନାମା ଜାରି କରିଛନ୍ତି। ହେଲେ ବହିରା ପଂଚାୟତର ଦୁର୍ନୀତି ଉପରେ ଲଗାମ ଲଗାଇବ କିଏ। ସେପଟେ ଜିଲ୍ଲାପାଳଙ୍କ ଚିରାଚରିତ ଉତ୍ତର ଦେଇଥିଲେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

   Related Posts