Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପ୍ରସାଦ ଖାଇବାକୁ ୨୫୦ ଲୋକଙ୍କୁ ହୋଇଥିଲା ନିମନ୍ତ୍ରଣ, ହେଲେ ଏବେ ୧୭୦ ଜଣ ଡାକ୍ତରଖାନାରେ ଭର୍ତ୍ତି

6/07/2021 at 6:41 PM

ପାଟନା, ୦୬/୦୭: ବିହାର ମୁଙ୍ଗର ଜିଲ୍ଲାର କୋଥୱାନ୍‌ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଖାପାଖି ୧୭୦ ଜଣ ଲୋକ ଖାଦ୍ୟ ଜନିତ ବିଷକ୍ରିୟା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । କୋଭିଡ୍‌ ସମୟରେ ୨୫୦ ଜଣ ଲୋକଙ୍କୁ ଡାକି ପ୍ରସାଦ ବଣ୍ଟନ କରିତିଲେ ଜଣେ ବ୍ୟକ୍ତି । ଏହି ପ୍ରସାଦ ଖାଇଥିବା ଲୋକ ଏପରି ଅସୁସ୍ଥ ହୋଇପଡ଼ିଥିବା ସ୍ଥାନୀୟ ପ୍ରଶାସନ କହିଛି ।

ଜିଲ୍ଲା ପ୍ରଶାସନ ଦେଇଥିବା ସୂଚନା ଅନୁସାରେ ମହେଶ କୋଡା ନାମକ ଜଣେ ବ୍ୟକ୍ତି ସତ୍ୟନାରାୟଣ କଥାମୃତ ପୂଜା ନିମନ୍ତେ ସୋମବାର ସନ୍ଧ୍ୟାରେ ୨୫୦ ଜଣ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ସେ ପ୍ରସାଦର ଆୟୋଜନ ମଧ୍ୟ କରିଥିଲେ । ଯାହାକୁ ଖାଇବା ପରେ ଗ୍ରାମବାସୀ ଫୁସ୍‌ଫୁସ୍‌ ଏବଂ ଯକୃତରେ ଯନ୍ତ୍ରଣା ସହ ବାନ୍ତି ହେଉଥିବା ଅଭିଯୋଗ କରିଥିଲେ ।  

ଧିରେ ଧିରେ ଗ୍ରାମର ଅଧିକାଂଶ ଲୋକ ଅସୁସ୍ଥ ହେଉଥିବାରୁ ପ୍ରଶାସନ ତତ୍ପର ହୋଇଛି । ଖବର ପାଇ ସେଠାକୁ ଏକ ୨ଜଣିଆ ଡାକ୍ତରୀ ଦଳ ସହିତ ୬ ଜଣ ପାରାମେଡିକାଲ୍‌ ଷ୍ଟାଫ୍‌ ଏବଂ ୩ଟି ଆମ୍ୱୁଲାନ୍ସ ରାତି ୧୧ଟା ସୁଦ୍ଧା ପଠାଇଥିବା ଜଣାପଡ଼ିଛି । ମୁଙ୍ଗର ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍‌ କହିଛନ୍ତି ଯେ ଅସୁସ୍ଥଙ୍କୁ ଟିକିତ୍ସା କରାଯିବା ପରେ ସେମାନେ ଧିରେ ଧିରେ ସୁସ୍ଥ ହେଉଛନ୍ତି ।

   Related Posts