୪ ବର୍ଷରେ କଂଗ୍ରେସ ଛାଡିଛନ୍ତି ୧୭୦ ବିଧାୟକ, ନିର୍ବାଚନ ଲଢିବା ପାଇଁ ଅନ୍ୟ ଦଳରେ ହୋଇଛନ୍ତି ସାମିଲ

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ,୧୨/୦୩: ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆସିବା ପରେ କଂଗ୍ରେସ ବିଧାୟକମାନେ ଦଳ ଛାଡିବା ଆରମ୍ଭ କରିଦେଇଛନ୍ତି । ଏଡିଆର ରିପୋର୍ଟ ଅନୁସାରେ, ୨୦୧୬-୨୦୨୦ ମଧ୍ୟରେ ହୋଇଥିବା ନିର୍ବାଚନ ସମୟରେ ୧୭୦ରୁ ଅଧିକ ବିଧାୟକ ଦଳ ଛାଡିଛନ୍ତି । କିନ୍ତୁ ମାତ୍ର ୧୮ ବିଜେପି ବିଧାୟକ ଦଳ ଛାଡିଛନ୍ତି ।

ଏଡିଆରର ନୂଆ ରିପୋର୍ଟରେ କୁହାଯାଇଛି ଯେ, ୨୦୧୬-୨୦ ମଧ୍ୟରେ ପୁଣିଥରେ ନିର୍ବାଚନ ଲଢିଥିବା ୪୦୫ ବିଧାୟକଙ୍କ ମଧ୍ୟରୁ ୧୮୨ଜଣ ବିଜେପିରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ୩୮ ବିଧାୟକ କଂଗ୍ରେସ ଓ ୨୫ ବିଧାୟକ ଟିଆରଏସରେ ସାମିଲ ହୋଇଛନ୍ତି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୯ ଲୋକସଭା ନିର୍ବାଚନ ବେଳେ ୫ ସାଂସଦ ବିଜେପି ଛାଡିଛନ୍ତି । ଏହାସହ ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ସେହିପରି ୭ ରାଜ୍ୟସଭା ସାଂସଦ ୨୦୧୬-୨୦ ମଧ୍ୟରେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଛାଡିଛନ୍ତି । ଏହାସହ ୧୭୦ରୁ ଅଧିକ ବିଧାୟକ ଅନ୍ୟ ଦଳରେ ସାମିଲ ହେବା ପାଇଁ କଂଗ୍ରେସ ଛାଡିଛନ୍ତି । ଏହି ସମୟରେ ବିଜେପିର ମାତ୍ର ୧୮ ବିଧାୟକ ନିର୍ବାଚନ ଲଢିବା ପାଇଁ ଅନ୍ୟ ଦଳରେ ସାମିଲ ହୋଇଛନ୍ତି ।

ଆହୁରି ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ, ବିଧାୟକମାନେ ଦଳ ଛାଡିବା କାରଣରୁ ମଧ୍ୟପ୍ରଦେଶ, ମଣିପୁର, ଗୋଆ, ଅରୁଣାଞ୍ଚଳଳ ପ୍ରଦେଶ ଓ କର୍ଣ୍ଣାଟକରେ ସରକାର ଭାଙ୍ଗି ଯାଇଥିଲା । ୨୦୧୬ରୁ ୨୦ ମଧ୍ୟରେ ୧୬ ରାଜ୍ୟସଭା ସାଂସଦ ଦଳବଦଳ କରିଛନ୍ତି । ଏଥିରେ ୧୦ଜଣ ବିଜେପି ସାଂସଦ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.