Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

COVID ମୁକାବିଲା ଲାଗି ଦିଲ୍ଲୀ, ମୁମ୍ବାଇ ଓ ପୁଣେର ଜିଲ୍ଲା ରହିଲେ କେନ୍ଦ୍ର ସରକାରଙ୍କ ରେଡ୍‌ ଜୋନ୍‌ରେ

15/04/2020 at 5:34 PM

ନୂଆଦିଲ୍ଲୀ ୧୫।୪: ଦେଶରେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ଅବଲମ୍ବନ କରିଛନ୍ତି। ଏଥିରେ ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ ହଟ୍‌ସ୍ପଟ୍‌ ଚିହ୍ନଟ କରାଯାଇଥିବା ଏଗୁଡିକୁ ରେଡ୍ ଜୋନରେ ରଖାଯାଇଛି।  ସେହିପରି ଅଣ ହଟ୍‌ସ୍ପଟ୍‌ ଜିଲ୍ଲାଙ୍କୁ ହ୍ୱାଇଟ୍ ଜୋନରେ ରଖାଯାଇଥିବା ବେଳେ ଏଥିରେ ୩୫୩ଟି ଜିଲ୍ଲା ଅଛନ୍ତି । ସେହିପରି ଯେଉଁ ଜିଲ୍ଲାକୁ କରୋନା ଛୁଇଁ ନାହିଁ ସେହି ସବୁ ଜିଲ୍ଲାକୁ ଗ୍ରୀନ ଜୋନରେ ରଖିଛନ୍ତି ସରକାର।

ଏ ନେଇ ବୁଧବାର ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ନଗରପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କ ସହ ଆଲୋଚନା ହୋଇଛି। ଏଥିରୁ ଏପ୍ରିଲ ୨୦ ତାରିଖ ପରେ ଯଦି ହ୍ୱାଇଟ୍ ଜୋନରେ ଥିବା ଦେଶର ୨୫୩ଟି ଜିଲ୍ଲାରେ ନୂଆ ସଂକ୍ରମିତ ନ ଆସନ୍ତି ତେବେ ସେହି ସବୁ ଜିଲ୍ଲାକୁ ହୁଏତ କଟକଣା ମୁକ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ରେଡଜୋନ ହଟ୍‌ସ୍ପଟ୍‌ ଚିହ୍ନଟ ୧୭୦ ଜିଲ୍ଲାରେ କଟକଣା ଆହୁରି କଡାକଡି ହେବ। ଏଥି ଲାଗି କେନ୍ଦ୍ର ସରକାର ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି। ଦେଶର ପ୍ରମୁଖ ସହରାଞ୍ଚଳ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚଣ୍ଡିଗଡ, ଶ୍ରୀନଗର, ନାଗପୁର, ପୁଣେ ଓ ଇନ୍ଦୋର ଆଦି ସହର  ରେଡ ଜୋନରେ ଅଛନ୍ତି।  ଏଣୁ ଏହି ସବୁ ସହରାଞ୍ଚଳରେ ଏବେ ସରକାରଙ୍କ ଗାଇଡଲାଇନ ଅନୁସାରେ କରୋନା ମୁକାବିଲା କରାଯିବ ବୋଲି ଗୃସଚିବ ଅଜୟ ଭଲ୍ଲାଙ୍କ ଉପସ୍ଥିତିରେ ଅନୁଷ୍ଠିତ କ୍ୟାବିନେଟ୍ ସଚିବ ରାଜିବ ଗୁଭା ଭିଡିଓ କନଫରେନସିଂରେ କହିଛନ୍ତି।

   Related Posts