କେମିତି ଏତେ ନିର୍ଦ୍ଦୟ ହୋଇପାରେ ବାପା: ୨୪ ଦିନର ପୁଅକୁ ନିର୍ମମ ଭାବେ ହତ୍ୟା କଲା ୧୭ ବର୍ଷର ବାପା, ଖର୍ଚ୍ଚ ବହନ କରିବାକୁ ରାଜି ନଥିଲା

Published By : Prameya-News7 Bureau | October 03, 2021 IST

ନୂଆଦିଲ୍ଲୀ ୦୩/୧୦ : ପିତାମାତା ହେବା ଏକ ଦମ୍ପତି ପାଇଁ ଜୀବନର ସବୁଠାରୁ ବଡ ଖୁସି। ଶିଶୁକୁ ମୀ' ଜନ୍ମ ଦେଇଥାଏ। କିନ୍ତୁ ମା' ନିଜ ଶିଶୁକୁ ଯେତିକି ଭଲପାଏ, ବାପା ମଧ୍ୟ ସେତିକି ଭଲପାଏ। ନିଜ ଶିଶୁକୁ ପ୍ରଥମେ ନିଜ କୋଳରେ ଧରିବା ଜଣେ ବାପା ପାଇଁ ସବୁଠାରୁ ବଡ ଖୁସିର ଦିନ ଓ ବହୁତ ଖାସ ହୋଇଥାଏ। ବାପା ନିଜ ପିଲାକୁ ନିଜ ଜୀବନଠୁ ବଳି ଭଲପାଏ। କିନ୍ତୁ ଜଣେ ବାପାକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଆମେରିକାରେ ଜଣେ ବାପା ନିଜ ଶିଶୁକୁ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ।

ଆମେରିକା ଟେକ୍ସାସରେ ରହୁଥିବା ୧୭ ବର୍ଷର କିଶୋର ବାପା ନିଜର ୨୪ ଦିନର ଶିଶୁକୁ ହତ୍ୟା କରିଛି। ଏକ ନ୍ୟୁଜ ଚାନେଲ ରିପୋର୍ଟ ଅନୁଯାୟୀ, ୧୭ ବର୍ଷୀୟ କ୍ୟାଲେବ ବ୍ଲାକ ବ୍ରାଉନ ବିରୋଧରେ ନିଜ ପୁଅ ଏମର୍ସନ ଜିଜମରକୁ ହତ୍ୟା କରିଥବା ଅଭିଯୋଗ ରହିଛି । ପୋଲିସ ଗଣମାଧ୍ୟମକୁ କହିଛି ଯେ କ୍ୟାଲେବ ନିଜ ପୁଅ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନଥିଲା। ସେ ନିଜ ପୁଅ ଜନ୍ମକୁ ନେଇ ଖୁସି ନଥିଲା। ସେଥିପାଇଁ ମଉକା ପାଇ ସେ ତାକୁ ହତ୍ୟା କରିଛି। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ମାମଲା ଅଗଷ୍ଟ ୯ ତାରିଖର।

{"id":521562,"sizeSlug":"full","linkDestination":"none"}

ଶିଶୁର ମା' ରେଶେଲ ଜିଜମର ଡ୍ରେସ ବଦଳାଇବାକୁ ବାଥରୁମକୁ ଯାଇଥିଲେ। ସେତେବେଳେ ଶିଶୁ ନିଜ ବାପା ସହ ଏକା ଥିଲା। ମଉକା ପାଇ ସେ ଶିଶୁର ପେଟକୁ ଜୋରରେ ଚାପି ଦେଇଥିଲା ଓ ଅନେକଥର ଉପରକୁ ଫିଙ୍ଗିଥିଲା। ଫଳରେ ଶିଶୁ ଛାତ ସହ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲା। ରେଶେଲ ଯେତେବେଳେ ବାଥରୁମରୁ ଆସିଲେ ଦେଖିଲେ ବ୍ରାଉନ ଶିଶୁକୁ କୋଳରେ ଧରିଛି। ରେଶେଲକୁ ଦେଖି ସେ ପୁଅକୁ ଶୁଆଇଦେଇ ଚାଲିଗଲା। ପ୍ରାୟ ଘଣ୍ଟେ ପରେ ରେଶେଲ ଦେଖିଲେ ପୁଅର ଶରୀର ସବୁଜ ହେବାକୁ ଲାଗିଛି ଓ ମଥାରୁ ବହୁତ ଝା ବାହାରୁଥିଲା। ଶିଶୁର ହାତ ଗୋଡ ଥଣ୍ଡା ହୋଇଯାଇଥିଲା ଓ ପିଠିରେ ଆଘାତ ମଧ୍ୟ ହୋଇଥିଲା। ସେ ତୁରନ୍ତ ବ୍ରାଉନ ସହ ହସ୍ପିଟାଲରେ ପହଞ୍ଚିଲେ। କିନ୍ତୁ କିଛି ସମୟ ପରେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ ଶିଶୁର ହାଡ ତା' ଜାଗାରୁ ଖସି ଯାଇଥିଲା ଓ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା।

ପୋଲିସ ବ୍ରାଉନକୁ ଗିରଫ କରିଛି। ସେ ମଧ୍ୟ ସ୍ୱୀକାର କରିଛି ଯେ ସେଦିନ ସେ ବୋର ହୋଇଯାଇଥିଲା ଓ ପୁଅ ସହ ଖେଳିବା ଚକ୍କରରେ ତାକୁ ୫ଥର ଉପରକୁ ଫିଙ୍ଗିଥିଲା। ରେଶେଲ କହିଛନ୍ତି ବ୍ରାଉନ ପ୍ରଥମଥର ଶିଶୁ ସହ ହିଂସକ ବ୍ୟବହାର କରିନାହାନ୍ତି। ଶିଶୁକୁ ଯେତେବେଳେ ୧୦ ଦିନ ହୋଇଥିଲା ସେତେବେଳେ ବ୍ରାଉନ ତାକୁ ଜୋରରେ ଚିମୁଟି ଦେଇଥିଲା। ରେଶେଲ କହିଛନ୍ତି ବ୍ରାଉନ ଶିଶୁର ଜନ୍ମ ନେଇ ଖୁସି ନଥିଲା। ସେ ଚାହୁଁଥିଲା ଯେ ରେଶେଲ ଆଭର୍ସନ କରିଦିଅନ୍ତୁ କିନ୍ତୁ ସେ ମନା କରିଦେଇଥିଲେ। ଜନ୍ମ ହେବାପରେ ଅନେକ ଦିନ ଯାଏଁ ସେ ଶିଶୁକୁ ଅସଭ୍ୟ ଭାଷାରେ ଗାଳି ମଧ୍ୟ କରୁଥିଲା ଓ ତାକୁ ଅସୁନ୍ଦର କହୁଥିଲା। ସେ ଏତେ ଶୀଘ୍ର ଶିଶୁର ଖର୍ଚ୍ଚ ବହନ କରିବାକୁ ଚାହୁଁନଥିଲା। ବ୍ରାଉନ ବର୍ତ୍ତମାନ ଜେଲରେ। ଜେଲରୁ ଜାମିନରେ ଆସିବାକୁ ହେଲେ ତାକୁ ୧୪ କୋଟି ଦେବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.