Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଇସ୍କନ ମନ୍ଦିରରେ ସେଲ୍ଫି ନେଲେ, ମୃଦଙ୍ଗ ବଜାଇଲେ, ଈଶ୍ୱରଙ୍କ ଆରାଧନା କଲେ ଓ ତାପରେ ଫାଶୀ ଲଗାଇ ଝୁଲି ପଡିଲେ ୧୭ ବର୍ଷୀୟ କିଶୋର

26/10/2021 at 6:57 PM

ଉଜ୍ଜେନ ୨୬/୧୦ : ପଶ୍ଚିମବଙ୍ଗରୁ ଜଣେ କିଶୋର ମାନସିକ ଶାନ୍ତି ପାଇବାକୁ ଉଜ୍ଜେନ ସ୍ଥିତ ଇସ୍କନ ମନ୍ଦିର ଆସିଥିଲେ। ସେ ଏଠାରେ ପ୍ରାୟ ୧୫ ଦିନ ରହିଲେ। ତାଙ୍କୁ ଇସ୍କନ ମନ୍ଦିରରେ ଭଲ ବି ଲାଗୁଥିଲା। ସେ ସକାଳୁ ଉଠୁଥିଲେ, ମୃଦଙ୍ଗ ବଜାଉଥିଲେ ଓ ଈଶ୍ୱରଙ୍କ ଆରାଧନା କରୁଥିଲେ। ତାଙ୍କୁ ମୃଦଙ୍ଗ ବଜାଇବାକୁ ଭଲ ଲାଗୁଥିଲା। ଅକ୍ଟୋବର ୨୭ ତାରିଖରେ ତାଙ୍କୁ ନିଜ ଘରକୁ ଫେରିବାର ଥିଲା। କିନ୍ତୁ କଣ ହେଲା କେଜାଣି ତା ପୂର୍ବରୁ ସେ ଆତ୍ମହତ୍ୟା କରିଦେଲେ।

ନିଜ ସାଙ୍ଗ ସହ କୋଲକାତା ଜଲପାଈଗୁଡ଼ିରୁ ଉଜ୍ଜେନ ଇସ୍କନ ମନ୍ଦିର ଆସିଥିଲେ ୧୭ ବର୍ଷୀୟ ବିକାଶ। ସୋମବାର ଦିନ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ନିଜ ସାଙ୍ଗ ପତଳୁ ସରକାର ସହ ଅକ୍ଟୋବର ୧୦ ତାରିଖରେ ଇସ୍କନ ମନ୍ଦିର ଆସିଥିଲେ। ସେ ମନ୍ଦିରରେ ହିଁ ରହୁଥିଲେ। ସୋମବାର ସକାଳେ ଉଠିଲେ, ଆଳତୀରେ ଯୋଗ ଦେଲେ। ସକାଳ ୯ଟା ମୃଦଙ୍ଗ ବଜାଇଲେ। ତାପରେ ଆତ୍ମହତ୍ୟା କରିଦେଲେ।

କୁହାଯାଉଛି ଯେ ବିକାଶ ସେହି ଗାମୁଛାରେ ଫସି ଲଗାଇଛନ୍ତି ଯେଉଁଟା ସେ ପୂଜା ସମୟରେ ବ୍ୟବହାର କରୁଥିଲେ। ତାଙ୍କ ମାତାପିତା ମଧ୍ୟ ଇସ୍କନ ସହ ଜଡିତ। ସେମାନେ ହିଁ ବିକାଶକୁ ସେଠାକୁ ପଠାଇଥିଲେ। ବିକାଶ ସକାଳେ ପୂଜା ସାରି ରୁମକୁ ଗଲେ କିନ୍ତୁ ଅପରାହ୍ନ ଯାଏଁ ନ ଫେରିବାରୁ ସମସ୍ତେ ତାଙ୍କୁ ଖୋଜାଖୋଜି କରିଥିଲେ। ମନ୍ଦିରର ଗୋଟିଏ ପଟେ ତିଆରି ହୋଇଥିବା ଅଡିଟୋରିୟମରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ପୋଲିସ ବିକାଶଙ୍କ ରୁମ ଯାଞ୍ଚ କରିଥିଲା। ପୋଲିସକୁ ସେଠାରୁ ଭାଗବତ ଗୀତା, ଡାଏରୀ ଓ ଅନ୍ୟ କିଛି ଜିନିଷ ମିଳିଛିଲା। କିନ୍ତୁ କୌଣସି ସୂଈସାଇଡ ନୋଟ ମିଳିନାହିଁ। ପୋଲିସ ବିକାଶଙ୍କ ମୋବାଇଲ ଜବତ କରିଛି। ମନ୍ଦିର ପିଆରଓ ରାଘବ ଦାସ କହିଛନ୍ତି ଯେ ବିକାଶ ୨୭ ତାରିଖ, ବୁଧବାର ଦିନ କୋଲକାତା ଫେରିବାର ଥିଲା। ତାଙ୍କର ଟିକେଟ ବି ହୋଇଯାଇଥିଲା। କିନ୍ତୁ ଫେରିବାର ଦୁଇ ଦିନ ପୂର୍ବରୁ ସେ ଏହିଭଳି ପଦକ୍ଷେପ କାହିଁକି ନେଲେ ତାହା ସ୍ପଷ୍ଟ ହୋଇନାହିଁ।

   Related Posts