ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗର୍ଭବତୀ ଥିବା ଆଶଙ୍କାରେ ପ୍ରେମିକାକୁ ହତ୍ୟା କଲା ୧୭ ବର୍ଷ ବୟସ୍କ ପ୍ରେମିକ

11/11/2018 at 7:43 PM

ବିଶାଖାପାଟନମ ୧୧/୧୧ : ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗରେ ଶନିବାର ଦିନ ପୋଲିସ ଜଣେ ୧୭ ବର୍ଷ ବୟସ୍କ ଯୁବକକୁ ଗିରଫ କରିଛି | ଯୁବକଙ୍କୁ ସହଯୋଗ କରିଥିବା ତାଙ୍କ ଦୁଇଜଣ ନାବାଳକ ବନ୍ଧୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି |

ସୂଚନାଯୋଗ୍ୟ ଯେ, ୧୬ ବର୍ଷ ବୟସ୍କା ନାବାଳିକା ଜଣେ ଇଣ୍ଟରମିଡିଏଟ ଛାତ୍ରୀ ଥିଲେ | ୭ତାରିଖ ଦିନ ନାବାଳିକା ଜଣକୁ ଘରୁ ବାହାରକୁ କୁଆଡେ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ | ଏନେଇ ନାବାଳିକାଙ୍କ ବାପା ମା ଥାନାରେ ଝିଅର ନିଖୋଜ ହେବ ନେଇ ଅଭିଯୋଗ କରିଥିଲେ |

ପୋଲିସ ସୂତ୍ରରୁ ପ୍ରକାଶ ଯେ, ୩ଜଣ ନାବାଳକ, ନାବାଳିକାଙ୍କ ଘର ପାଖ ପାଖି ଅଂଚଳରେ | ୩ଜଣଙ୍କ ମଧ୍ୟରୁ ଜଣକ ସହ ନାବାଳିକାଙ୍କ ଗତ ବର୍ଷେ ହେଲା ପ୍ରେମ ସମ୍ପର୍କ ଥିଲା | ଉଭୟଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ଶାରୀରିକ ସମ୍ପର୍କ ମଧ୍ୟ ହୋଇଥିଲା | କିଛି ଦିନ ପୂର୍ବରୁ ନାବାଳିକା ପ୍ରେମିକକୁ ଫୋନ କରିଥିଲେ ଯେ, ସେ ଗର୍ଭବତୀ ଥିବା ଆଶଙ୍କା କରୁଛନ୍ତି | ଏହା ଜାଣି ନାବାଳକ ତାଙ୍କୁ କିଛି ଔଷଧ ଆଣି ଦେଇଥିଲେ।  କିନ୍ତୁ ସେ ଔଷଧ ଖାଇବା ପାଇଁ ମନା କରିଦେଇଥିଲେ | ଘରଲୋକ ଜାଣିଲେ ସମସ୍ୟା ଉପୁଜିବା ନେଇ ସେ ପ୍ରେମିକାଙ୍କୁ ରାସ୍ତାରୁ ହଟେଇବା କଥା ଚିନ୍ତା କରିଥିଲା |

ନଭେମ୍ବର ୭ତାରିଖ ସନ୍ଧ୍ୟାରେ ପ୍ରେମିକ ନାବାଳିକାକୁ ପାଖରେ ଥିବା ଏକ ପଡିଆକୁ ଡାକିଥିଲା | ନାବାଳିକା ସେଠାରେ ପହଂଚିବା ପରେ ତାଙ୍କୁ ଏକ ଲୁହ ରଡ଼ରେ  ବାଡ଼େଇଥିଲା | ଏହାପରେ ଦୁଇ ସାଙ୍ଗଙ୍କ ସହାୟତାରେ ପ୍ରେମିକକୁ ହତ୍ୟା କରିଥିଲା | ଏହାପରେ ସେମାନେ ନାବାଳିକାର ମୃତଦେହରେ କିରୋସିନ ପକେଇ ନିଆଁ ଲଗେଇଦେଇଥିଲେ | ମୃତଦେହ ପୋଡିଦେଇ ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସେମାନେ ଚେଷ୍ଟା କରିଥିଲେ | କିନ୍ତୁ ମୃତଦେହଟି ସମ୍ପୂର୍ଣ ରୂପେ ପୋଡ଼ିନଥିଲା |

ଘଟଣା ପରେ ପୋଲିସ ଛାନଭିନ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା | ଅଭିଯୁକ୍ତ ପ୍ରେମିକ ନିଜ ଦୋଷ ସ୍ୱୀକାର କରିଛି |  ତେବେ ପୋଷ୍ଟ ମର୍ଟମ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି | ରିପୋର୍ଟ ଆସିଲେ ଜଣା ପଡିବ ଯେ, ନାବାଳିକା ସତରେ ଗର୍ଭାବତୀ ଥିଲେ ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି |

   Related Posts