Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଚଳନ୍ତା ଟ୍ରେନରେ ମୁଣ୍ଡ ବାହାରକୁ କାଢି ଦେଖୁଥିବାବେଳେ ବିଜୁଳି ଖୁଣ୍ଟରେ ପିଟିହୋଇ ଚାଲିଗଲା ଜୀବନ

23/03/2019 at 4:04 PM

ମୁମ୍ବାଇ ୨୩/୩ : ମୁମ୍ବାଇ ଡକୟାର୍ଡ଼ ଷ୍ଟେସନ ନିକଟରେ ଏକ ବିଜୁଳି ଖୁଣ୍ଟରେ ପିଟି ହୋଇ ଜଣକର ମୃତ୍ୟୁ ହୋଇଛି | ମୃତକ ହେଲେ ୧୭ ବର୍ଷ ବୟସ୍କ ଜୁବେର ସିଦ୍ଦିକି ଶେଖ | ବିଜୁଳି ଖୁଣ୍ଟରେ ପିଟି ହେବାପରେ ଜୁବେର ତଳେ ପଡିଯାଇଥିଲେ ଏବଂ ସେହି ଟ୍ରେନ ତାଙ୍କ ଉପରେ ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା | ଶୁକ୍ରବାର ଦିନ ଘଟିଥିଲା ଏହି ଅଘଟଣ |


ଜୁବେର ଏସଏସସି ପରୀକ୍ଷା ଦେଇ ପାନବେଲ ଷ୍ଟେସନରୁ ନିଜ ଘର ବଡାଲା ଯାଉଥିଲେ | ଜୁବେର ନିଜ ସ୍କୁଲରେ ଭୂଗୋଳ ପରୀକ୍ଷା ଦେଇ ପାଖାପାଖି ଗୋଟାଏ ବେଳେ ପରୀକ୍ଷା କେନ୍ଦ୍ରରୁ ବାହାରିଥିଲେ | ଏହାପରେ ସେ ଶୁକ୍ରବାର ନମାଜ ପଢିବା ପାଇଁ ମସଜିଦ ଯାଇଥିଲେ | ଏହାପରେ ନିଜର ୪ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ |


ବଡାଲା ଜିଆରପିର ବରିଷ୍ଠ ପୋଲିସ ରାଜେନ୍ଦ୍ର ପାଲଙ୍କ ସୂଚନା ଅନୁଯାୟୀ ଜୁବେର ଏବଂ ତାଙ୍କ ସାଙ୍ଗମାନେ ପାନବେଲରୁ ଯାଉଥିବା ଟ୍ରେନର ଜେନେରାଲ କୋଚରେ ସାଢେ ୨ଟା ରେ ଚଢ଼ିଥିଲେ | ଟ୍ରେନ ଚାଲୁଥିବାବେଳେ ଜୁବେର ବାହାରକୁ ମୁଣ୍ଡ କାଢି ଦେଖୁଥିଲେ | ଟ୍ରେନ ସେତେବେଳେ ଡକୟାର୍ଡ଼ ଷ୍ଟେସନରେ ପହଂଚିବାର ଥିଲା | ସେତେବେଳେ ଜୁବେରଙ୍କ ମୁଣ୍ଡ ବିଜୁଳି ଖୁଣ୍ଟ ସହ ପିଟି ହୋଇଥିଲା | ବିଜୁଳି ଖୁଣ୍ଟରେ ମୁଣ୍ଡ ପିଟି ହେବାପରେ ଜୁବେର ମଧ୍ୟ ତଳେ ପଡିଯାଇଥିଲେ ଏବଂ ଟ୍ରେନ ତାଙ୍କ ଉପରେ ମାଡି ଯାଇଥିଲା | ଏହା ଦେଖି ଜୁବେରଙ୍କ ସାଙ୍ଗମାନେ ପାଟି କରିଥିଲେ | ସ୍ଥାନୀୟଲୋକେ ଜିଆରପି ପୋଲିସକୁ ସୂଚନା ଦେଇଥିଲେ | ଖବରପାଇ ଜିଆରପି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା | ଜିଆରପି ପୋଲିସ ଜୁବେରଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଜୁବେରଙ୍କ ଡାହାଣ ହାତ କଟି ଯାଇଥିଲା | ପୋଲିସ ଏକ ଦୁର୍ଘଟଣା ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି |

   Related Posts