ଫଟୋଶୁଟ୍ ବାହାନା ରେ ଏହି ଅଭିନେତା ୧୭ ବର୍ଷ ଯୁବତୀଙ୍କୁ ଜବରଦସ୍ତି ପିନ୍ଧାଇଲେ ବିକିନି, ପୋଲିସ କଲା ଗିରଫ

Published By : Prameya-News7 Bureau | August 29, 2019 IST

ପୁଣେ୨୯|୮: ଯୁବତୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଜଣେ ୨୪ ବର୍ଷ ବୟସ୍କ ଅଭିନେତା-ନିର୍ଦ୍ଦେଶକଙ୍କୁ ପୁଣେ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମନ୍ଦର କୁଲକର୍ଣ୍ଣୀଙ୍କୁ ଅଗଷ୍ଟ ମାସ ୨୩ ତାରିଖରେ ଗିରଫ କରାଯାଇଛି। ମନ୍ଦର କେତେକ ବ୍ୟବସାୟିକ ନାଟକରେ ଅଭିନୟ କରିଛନ୍ତି। ଏହି କଳାକାର ନାଟ୍ୟ କର୍ମଶାଳା ଆୟୋଜିତ କରନ୍ତି ।

ତେବେ ପୋଲିସ ଅନୁସାରେ ୧୭ ବର୍ଷର ଜଣେ ଯୁବତୀଙ୍କୁ ସେ ନାଟକରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ। ନାଟକ ସମ୍ବନ୍ଧୀୟ କାମ କରିବା ପାଇଁ ମନ୍ଦର ଯୁବତୀଙ୍କୁ ନିଜ ଆପାର୍ଟମେଣ୍ଟକୁ ଡାକିଥିଲେ। ଯୁବତୀ ଦିଆଯାଇଥିବା ଏଡ୍ରେସରେ ଯାଇ ପହଞ୍ଚିଥିଲେ। ସେଠାରେ ଅଭିଯୁକ୍ତ ଯୁବତୀଙ୍କୁ କିଛି ଛୋଟ ଡ୍ରେସ୍‌ ଦେଇ ତାଙ୍କର ଫଟୋଶୁଟ୍‌ କରିଥିଲେ। ଅଭିଯୁକ୍ତ ଯୁବତୀଙ୍କୁ ବିକିନି ପିନ୍ଧିବା ପାଇଁ ବାଧ୍ୟ କରିଥିଲେ ।

ଯୁବତୀ ମନା କରିଥିବାରୁ ମନ୍ଦର ତାଙ୍କୁ ସେହି ଡ୍ରେସରେ ଅନ୍ୟ ଯୁବତୀଙ୍କ ଫଟୋ ଦେଖାଇଥିଲେ। ଜବରଦସ୍ତି କରିଥିବାରୁ ଯୁବତୀ ବିକିନି ପିନ୍ଧିଥିଲେ। ତାପରେ ତାଙ୍କର ଫଟୋଶୁଟ୍‌ ହୋଇଥିଲା। ଯୁବତୀ ତାଙ୍କ ମାଆଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ଜାଣିବା ପରେ ଯୁବତୀଙ୍କ ମାଆ ଥାନାରେ ମାମଲା ରୁଜୁ କରିଥିଲେ। ରିପୋର୍ଟ ଅନୁସାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.