୧୭ ବର୍ଷର ନାବାଳକ ପାଟିରେ ୮୨ ଦାନ୍ତ ; ଚିକିତ୍ସା ବିଜ୍ଞାନରେ ଅଲୌକିକ ଘଟଣା

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫/୦୭ : ଇନ୍ଦିରା ଗାନ୍ଧୀ ଆୟୁର୍ବିଜ୍ଞାନ ସଂସ୍ଥାରେ କିଛି ଦିନ ପୂର୍ବେ ଡାକ୍ତରୀ ଟିମ୍ ଏକ ଜଟିଳ ଅସ୍ତ୍ରୋପଚାର କରିଛନ୍ତି ।  ଡାକ୍ତରମାନେ ଜଣେ ଯୁବକଙ୍କ ଏକ ବିରଳ ଟ୍ୟୁମରକୁ ଦାନ୍ତ ମାଢିରୁ ବାହାର କରିଥିଲେ । ଅପରେସନ ପରେ ଡାକ୍ତରୀ ଟିମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟ୍ୟୁମର କାଟି ବାହାର କରିବା ପରେ ସେଥିରେ ଥିଲା ୮୨ଟି ଦାନ୍ତ ।  ଏହି ୧୭ ବର୍ଷିୟ ଯୁବକ ଜଣକ ନୀତିଶ କୁମାର । ସେ ପୂର୍ବରୁ ମଧ୍ୟ ଅନେକ ସହରରେ ଚିକିତ୍ସା କରାଇଥିଲେ । କିନ୍ତୁ ଶେଷରେ ସେ ପାଟଣା ସ୍ଥିତ ଆଇଜିଆଇଏମଏସରେ ଦେଖାଇଥିଲେ । ଯେଉଁଠାରେ ତାଙ୍କର ଅପରେସନ କରାଯାଇପାରିବ ବୋଲି କୁହାଯାଇଥିଲା ।

ସୂଚନା ଅନୁଯାୟୀ ଉକ୍ତ ଯୁବକଙ୍କ ୮୨ଟି ଦାନ୍ତ ସାଧାରଣ ଦାନ୍ତ ଠାରୁ ଭିନ୍ନ ଥିଲା ।  ପାଞ୍ଚ ବର୍ଷ ଧରି ଯୁବକ ଜଣକ ମାଢିରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉଭୟ ପାର୍ଶ୍ୱରେ ତଳ ମାଢିରେ ଭର୍ତ୍ତି ହୋଇଥିବା ଏହି ବିରଳ ଦାନ୍ତ ଗୁଡିକ ସାଧାରଣ ଦାନ୍ତ ପରି ବଢୁଥିଲା। ସମୟ ସହିତ ଦାନ୍ତ ଗୁଡିକ ବଢୁଥିବା କାରଣରୁ ନୀତୀଶ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଉଭୟ ପାର୍ଶ୍ବରେ ମାଢି ଫୁଲି ଯାଇଥିଲା। ଏହା ସହ ଉଭୟ କାନ ତଳେ ଫୁଲା ମଧ୍ୟ ରହୁଥିଲା ।

{"width":820,"height":615}
17 year old boy have 82 teeth in his mouth for the first time in IGIMS doctors were also surprised to see ann

ଏହି ଅପରେସନ୍ ଏପରି କରାଯାଇଛି ଯେ ନୀତୀଶଙ୍କ ଚେହେରା ଯେପରି ନଷ୍ଟ ନହୁଏ । ଏପରିକି ଡାକ୍ତରମାନେ ଏହା ଦେଖି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରମାନେ କହିଛନ୍ତି ଯେ ଜଟିଳ ଓଡେଣ୍ଟୋମ ନାମକ ଏହି ଟ୍ୟୁମରକୁ ବିରଳ ବୋଲି କୁହାଯାଉଛି । ଏହି ଅପରେସନ୍ ପ୍ରାୟ ତିନି ଘଣ୍ଟାର ସମୟ ନେଇଥିଲା । ତେବେ ମେଡିକାଲ ଅଧୀକ୍ଷକ କହିଛନ୍ତି ଯେ ମ୍ୟାଗ୍ଜିଲୋଫେସିଆଲ ୟୁନିଟ ଏହି ବିରଳ ଓ ଜଟିଳ ଅପରେସନ କରି ସଫଳତାର ସହ ରେକର୍ଡ ସୃଷ୍ଟି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.