ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ ପଶିଲା କରୋନା, ୧୭ ଅନ୍ତେବାସୀ ସଂକ୍ରମିତ

Published By : Prameya-News7 Bureau | August 07, 2020 IST

ରାଉରକେଲା ୭।୮: ରାଉରକେଲା ସ୍ବତନ୍ତ୍ର ଜେଲ୍‌ର ୧୭ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଚିହ୍ନଟ ହେବାପରେ ଜେଲ୍‌ରେ ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ବତନ୍ତ୍ର ଜେଲ୍‌ର ୧୭ ଜଣ ଅନ୍ତେବାସୀ ଚିହ୍ନଟ ହୋଇଥିଲେ ।

{"id":310923,"sizeSlug":"large"}

ସଂକ୍ରମିତଙ୍କୁ ରାଉରକେଲା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି । ଜେଲ୍‌ର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଉଛି । ତେବେ ଜେଲ୍‌ର ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜେଲ୍ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି । ଏ ବାବଦରେ ସୁନ୍ଦରଗଡ ଜିଲ୍ଲାପାଳ ଟ୍ବିଟର ମାଧ୍ୟମରେ ସୂଚନା ପ୍ରଦାନ କରିଥିବା ବେଳେ ସ୍ବତନ୍ତ୍ର ଜେଲ୍‌ର ଜେଲର ମଧ୍ୟ ଏ ନେଇ ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.