ଦିଲ୍ଲୀ ଜେଲରେ ୧୭ଜଣ କଏଦୀ କରୁଛନ୍ତି ଫାଶୀର ଅପେକ୍ଷା : ଜାଣନ୍ତୁ କେଉଁଠାରେ ହୋଇଥାଏ ଫାଶୀ ଘର

Published By : Prameya-News7 Bureau | December 04, 2019 IST

ନୂଆଦିଲ୍ଲୀ ୪/୧୨: ଦିଲ୍ଲୀର ବିଭିନ୍ନ ଜିଲ୍ଲାରେ ୧୭ଜଣ ଏପରି ଦୋଷୀ କଏଦ ଅଛନ୍ତି, ଯେଉଁମାନଙ୍କୁ ଅଦାଲତ ତରଫରୁ ଫାଶୀ ଦଣ୍ଡ ଶୁଣାଯାଇ ସାରିଛି। ଏମାନଙ୍କ ମଧ୍ୟରୁ ୪ଜଣ ଦୋଷୀ ବସନ୍ତ ବିହାର ଗଣଦୁଷ୍କର୍ମ ମାମଲାର। ଅକ୍ଟୋବର ମାସରେ ୪ଦୋଷୀଙ୍କୁ  ଜେଲ୍ ପ୍ରଶାସନ ତରଫରୁ ରାଜକ୍ଷମା ଆବେଦନ ଦାୟର କରିବା କଥା କୁହାଯାଇଥିଲା,ଯାହା ଦ୍ବାରା ଦଣ୍ଡକୁ ଶେଷ ପର୍ଯ୍ୟାୟ ଯାଏଁ ନିଆଯାଇପାରିବ। ଏହି ନୋଟିସ୍ ପରେ ହିଁ ତିହାର ଏବଂ ମଣ୍ଡୋଲି ଜେଲ୍ ପରିସରରେ ଭିନ୍ନ ଭିନ୍ନ ମାମଲାରେ ଫାଶୀ ଦଣ୍ଡ ପାଇଥିବା କଏଦୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଜେଲ୍ ପ୍ରଶାସନ ବେଳେବେଳେ ଏହି କଏଦୀଙ୍କୁ କାଉନସିଲିଂ ମଧ୍ୟ କରୁଛି। ବିଭିନ୍ନ ଜିଲ୍ଲାରେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ଯେ ଯେଉଁ କଏଦୀଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଛି ସେମାନଙ୍କ ମାମଲାରେ ଅନ୍ତିମ ନିର୍ଣ୍ଣୟର ସ୍ଥିତି ଶୀଘ୍ର ଆସିପାରେ।

ଦିଲ୍ଲୀରେ ତିହାର ବ୍ୟତୀତ ରୋହିଣୀ ଏବଂ ମଣ୍ଡୋଲି ଜେଲ୍ ପରିସର ମଧ୍ୟ ହୋଇଛି, କିନ୍ତୁ ଫାଶୀ ଦେବାର ବ୍ୟବସ୍ଥା କେବଳ ତିହାର ୩ନଂ ଜେଲରେ ଅଛି। ଏଠାରେ ଫାଶୀ ଦିଆଯାଇଥାଏ। ଫାଶୀ ଘର ଖୋଲା ସ୍ଥାନରେ ହୋଇଛି। ସାଧାରଣତଃ ଏହାର କବାଟ ଦିଆଯିବାବେଳେ ଖୋଲା ଯାଇଥାଏ। ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲାଯାଇଥିବା ଶେଷ ଦୋଷୀ ଥିଲା ଅଫଜଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.