ନକ୍ସଲଙ୍କ ଗୁଳିରେ ଥରିଲା ସୁକମା, ୧୭ ଯବାନ ସହିଦ

Published By : Prameya-News7 Bureau | March 22, 2020 IST

ସୁକମା, ୨୨|୦୩: ଛତିଶଗଡ ସୁକମା ଜିଲ୍ଲା ଚିନ୍ତାଗୁଫା ଜଙ୍ଗଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନମୟରେ ୧୭ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ୧୨ ଡିଆରଜି ଓ ୫ ଏସଟିଏଫ ଯବାନ ରହିଛନ୍ତି।

ସୂଚନାନୁସାରେ, ଗତ ରାତିରେ ସୁକମା ଜିଲ୍ଲାର ଚିନ୍ତାଗୁଫା ଜଙ୍ଗଲରେ ନକ୍ସଲମାନେ ଲୁଚିଥିବା ପୋଲିସକୁ ଖବର ମିଳିଥିଲା। ଏହାପରେ ଯବାନମାନେ ସେଠାରେ କମ୍ବିଂ ଅପରେସନ କରିଥିଲେ। କିନ୍ତୁ ନକ୍ସଲମାନେ ଆମ୍ବୁସ କରି ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ।

ତେବେ ଏହି ଗୁଳି ବିନମୟରେ ୧୭ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି। ତେବେ କେତେଜଣ ନକ୍ସଲ ମୃତାହତ ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.